28.1 C
Bhubaneswar
Sunday, June 23, 2024
Homeଓଡିଶାମାଡ଼ି ଆସୁଛି ଆଉ ଏକ ବାତ୍ୟା

ମାଡ଼ି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଅବପାତ ଗତ ୬ ଘଣ୍ଟାରେ ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ରହିଛି। ଅବପାତ ଆନ୍ଧ୍ରର କଳିଙ୍ଗପାଟନାମ୍ ଠାରୁ ୭୪୦ କିଲୋମିଟର ଦୂରରେ କେନ୍ଦିଭୂତ ହୋଇଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆଜିଠୁ ୨୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ।ପ୍ରବଳ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବର୍ଷା ଏବଂ ଏହା ପରବର୍ତ୍ତୀ ବନ୍ୟା, ଭୂସ୍ଖଳନ ଓ ପବନ ଜନିତ କ୍ଷୟକ୍ଷତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି॥

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking