28.1 C
Bhubaneswar
Sunday, June 16, 2024
Homeଓଡିଶାନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

କଟକ : ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ ଶେଷରେ ଆଖିବୁଜିଛି। ମହାନଦୀର ପାଣିରେ ଭାସି ଭାସି ସେ ନୂଆ ଶାସନ ନିକଟରେ ଲାଗିଥିବା ବିଳମ୍ବିତ ରାତିରେ ସୂଚନା ମିଳିଛି। ଅନ୍ୟପଟେ ଦନ୍ତାହାତୀକୁ ବଞ୍ଚାଇବା ମିସନ୍‌ (ମିସନ ଗଜରାଜ)ରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍‌ର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁଙ୍କର ଜୀବନ ଯାଇଛି। ଅନ୍ୟ ଜଣେ ସାମ୍ବାଦିକ ଓ ଓଡ୍ରାଫର ଯବାନ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ହୋଇଯାଇଥିବା ଓଡ୍ରାଫ୍‌ ଅଣ୍ଡର ୱାଟର ଡାଇଭର ସୀତାରାମ ମୁର୍ମୁ (୩୫)ଙ୍କର ମୃତଦେହକୁ ବିଳମ୍ବିତ ରାତିରେ ମହାନଦୀରେ ଠାବ କରାଯାଇଥିଲା। ଏହି ଘଟଣାରେ ଗୁରୁତର ହୋଇପଡ଼ିଥିବା ୩ ଜଣଙ୍କୁ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଭର୍ତ୍ତି କରା‌ଯାଇଥିବାବେଳେ ନିବାରଣ ଅପେକ୍ଷାକୃତ ସୁସ୍ଥ ଥିବା ସୂଚନା ମିଳିଛି।

ଆଇନଶୃଙ୍ଖଳା ଏଡିଜି ଆର.କେ, ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପ୍ରତୀକ ସିଂହ, ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋରଙ୍କ ସମେତ ବରିଷ୍ଠ ପୁଲିସ ପଦାଧିକାରୀ, ବନ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ କେଉଁ ପରିସ୍ଥିତିରେ ଏଭଳି ଏକ ଅପରେସନ୍‌ରେ ପାୱାର ବୋଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଆଗଲା, ତାହାର ତଦନ୍ତ ଆରମ୍ଭ ହୋଇଛି। ଏଡିଜି ଶ୍ରୀ ଶର୍ମା ଘଟଣାସ୍ଥଳରେ ଓଡ୍ରାଫ୍ ଯବାନ ରୁଦ୍ର ପ୍ରଧାନଙ୍କୁ ଭେଟି ଏ ସଂକ୍ରାନ୍ତରେ ପ୍ରାଥମିକ ଆଲୋଚନା କରିଛନ୍ତି। ମୁଣ୍ଡଳୀଠାରେ ୧ ଲକ୍ଷ ୮୪ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ବେଳେ ବ୍ରିଜ୍ ଉପରେ ପ୍ରବଳ ଭିଡ଼ ହାତୀ ଉଦ୍ଧାରରେ ବିଫଳତାର ମୁଖ୍ୟ କାରଣ ବୋଲି କୁହାଯାଉଛି। ମୁଣ୍ଡଳୀରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଅନେକ ସମୟ ଯାଏ ନିକଟରେ ଥିବା ଏନଡିଆରଏଫର କିନ୍ତୁ ସହାୟତା ନିଆଯାଇ ନଥିଲା। ଦୁର୍ଘଟଣା ଘଟିବା ପରେ ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ନିଖୋଜ ଥିବା ଓଡ଼୍ରାଫ୍‌ ଯବାନଙ୍କୁ ଖୋଜିବା ଅଭିଯାନରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking