36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବାତ୍ୟା ତଉକ୍ତେ ପ୍ରଭାବ : ବୁଡିଗଲା ଜାହାଜ, ୧୭୧ ନିଖୋଜ

ବାତ୍ୟା ତଉକ୍ତେ ପ୍ରଭାବ : ବୁଡିଗଲା ଜାହାଜ, ୧୭୧ ନିଖୋଜ

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକ୍ତେର ତାଣ୍ଡବ ଜାରି ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ୫ଟି ରାଜ୍ୟରେ ଏବେ ଅନେକ କ୍ଷୟକ୍ଷତି ହୋଇଛି । ଖାଲି ସେତିକି ନୁହେଁ ମୁମ୍ବାଇରେ ବାତ୍ୟା ଯୋଗୁଁ ଭୀଷଣ ବର୍ଷା ହେବାରୁ ଗୋଟିଏ ଜାହାଜ ବୁଡିଯାଇଛି । ସେଥିରେ ମୋଟ ୨୭୩ ଜଣ ଲୋକ ରହିଥିବା ବେଳେ ୧୭୧ ଲୋକ ନିଖୋଜ ଅଛନ୍ତି ଏବଂ ୧୪୬ ଲୋକଙ୍କୁ ସୁୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ରେସ୍କସ୍କୁ ଅପରେସନ୍ ଜାରି ରହିଛି । ତେବେ ଏହି ଉଦ୍ଧାର କାର୍ଯ୍ୟରେ ଆଇଏନଏସ୍ କୋଚ୍ଚି ଏବଂ ଆଇଏନଏସ୍ କୋଲକତାକୁ ନିୟୋଜିତ କରାଯାଇଛି । ହେଲେ ସମୁଦ୍ରରେ ଉଚ୍ଚ ଲହରୀ ଉଠୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି ହେଉଛି । ସୁଚନାଯୋଗ୍ୟ, ଗୁଜୁରାଟରେ ଲ୍ୟାଣ୍ଡଫଲ୍ ପରେ ବାତ୍ୟା ତାଉକ୍ତେ ଦୁର୍ବଳ ହୋଇଯାଇଛି । କିନ୍ତୁ ଗୁଜୁରାଟରେ ଭୀଷଣ ବର୍ଷା ଜାରି ରହିଛି । ଯାହା ଫଳରେ କିଛି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ବର୍ତ୍ତମାନ ସୁଦ୍ଧା ଏଥିରେ ୧୬ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ମହାରାଷ୍ଟ୍ରରେ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ସେଠାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି । ଏହା ପୁର୍ବରୁ କର୍ଣ୍ଣାଟକ ଏବଂ ଗୋଆରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଗୁଜୁରାଟରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । ଗତକାଲି ଗୁଜୁରାଟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୯୦ କିଲୋମିଟର୍ ରହିଥିଲା । ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ୍ ସରୋବରାହ ବନ୍ଦ ହୋଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking