29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ, ୫ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା

ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ, ୫ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା

ଆନ୍ଧ୍ରପ୍ରଦେଶ: ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ, ୫ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା। ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା । କନକ ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ବଡ଼ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି । ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ୪ରୁ ୫ ଘଣ୍ଟା ଲାଗିଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି। ଉଠୁଛି ଉଚ୍ଚ ଉଚ୍ଚ ଜୁଆର । ପ୍ରତିବର୍ଷ ବାତ୍ୟା ଦେଖୁଥିଲେ ସୁଦ୍ଧା କୋକୁଆ ଭୟରେ ରହିଛନ୍ତି ବାତ୍ୟା । କାକିନାଡ଼ାକୁ ପୂରା ଖାଲି କରି ଦେଇଛି ପ୍ରଶାସନ । ୧୪ ଲକ୍ଷ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ । ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking