26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବାତ୍ୟା ମିଗଜୋମ୍‌: ୯ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କଲେ ଆନ୍ଧ୍ର ସରକାର

ବାତ୍ୟା ମିଗଜୋମ୍‌: ୯ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କଲେ ଆନ୍ଧ୍ର ସରକାର

ବିଶାଖାପାଟଣା : ସାମୁଦ୍ରିକ ଝଡ଼ ‘ମିଗଜୋମ’ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଏବେ ଏହି ଝଡ଼ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିବାବେଳେ ଜୁମ୍ ଆର୍ଥ ଲାଇଭ୍ ୱେବସାଇଟ୍ ଅନୁଯାୟୀ, ଏହି ଝଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହା କିଛି ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳରେ ପହଂଚିବାର ଆଶଙ୍କା ରହିଛି। ମିଗଜୋମ୍‌ ଯୋଗୁଁ ତାମିଲନାଡୁରେ ୮ ଜଣଙ୍କର ମୃତ୍ୟୁ ହୋଇଛି | ଝଡର ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ୯ଟି ଜିଲ୍ଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରେଡ ଆଲର୍ଟ ଜାରି କରିଛନ୍ତି। ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି ବାପଟଲା, ପ୍ରକାଶମ, ପାଲନାଡୁ, ଗୁଣ୍ଟୁର, କୃଷ୍ନା, ଏନଟିଆର, ପିଏ, ଏଲୁରୁ ଓ କୋନସିମା | ସେହିପରି ଆନ୍ଧ୍ରପ୍ରଦେଶର ଆଉ ପାଞ୍ଚଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ନେଲୋର, କଡାପା, ଟି.ଗୋ, କାକିନାଡା ଏବଂ ଆଲୁରି ଜିଲ୍ଲା | ଆନ୍ଧ୍ରପ୍ରଦେଶର ଆହୁରି ୮ ଟି ଜିଲ୍ଲା ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ତିରୁପତି, ଅନାମାୟା, ନନ୍ଦାୟାଲା, ଅନାକାପଲି, ମାନ୍ୟମ, ବିଶାଖା, ବିଜୟନଗରମ, ଶ୍ରୀକାକୁଲମ୍ ପାଇଁ ମଧ୍ୟ ହଳଦିଆ ସତର୍କ ସୂଚନା ରହିଛି। ସେହିପରି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଝଡର ପ୍ରଭାବକୁ ଦେଖି ଉଦ୍ଧାର କାର୍ଯ୍ୟ ପାଇଁ ୨୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଥିବାବେଳେ ୮ଟି ଟିମ ରିଜର୍ଭ ରଖାଯାଇଛି | ସେହିପରି ତଟରକ୍ଷୀ ବାହିନୀ, ସେନା ଏବଂ ନୌସେନା ପକ୍ଷରୁ ଉଦ୍ଧାର ଏବଂ ରିଲିଫ୍ ଟିମ୍ ପାଇଁ ଜାହାଜ ଏବଂ ବିମାନ ମଧ୍ୟ ପ୍ରସ୍ତୁତ ରଖାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking