ଭୁବନେଶ୍ୱର: ବାତ୍ୟା ‘ୟସ’ ପାଇଁ ୪ଟି ଜିଲ୍ଲା ସବୁଠାରୁ ବେଶି ମାତ୍ରାରେ ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ପଡିବ । ଯାଜପୁର, କଟକ, ମୟୁରଭଂଜରେ ବି ବାତ୍ୟାର ପ୍ରଭାବ ରହିବ । ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡିବ । ୨୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ଅଧିକ ରହିବ ।
ଅନ୍ୟପଟେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେ ବେଳେ ଝଡକା ପବନର ବେଗ ୧୮୫ କିମି ଛୁଇଁବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ରୁ ପବନର ବେଗ ବଢିବ । ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୨୦ ସେମି ବର୍ଷା ବି ହୋଇପାରେ । ପବନର ବେଗ ଯାହା ଏଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ କ୍ଷତି ଘଟାଇବ ।