31.1 C
Bhubaneswar
Monday, October 26, 2026
Homeଓଡିଶାମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ବାତ୍ୟା ଘଣ୍ଟା ପ୍ରତି ୧୫ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି।

ବାତ୍ୟା ‘ଅର୍ଣ୍ଣବ’ ଗୋପାଳପୁରଠାରୁ ୫୮୦ କିମି ଦୂରରେ ରହିଥିବା ବେଳେ ସମୁଦ୍ର ମଧ୍ୟରେ ପବନର ବେଗ ୬୫ରୁ ୭୫ କିମି ରହିଛି। ବେଳେବେଳେ ଝଟକା ପବନର ବେଗ ୮୫ କିମି ଯାଏଁ ରହୁଛି। ୨୮ ତାରିଖ ପୂର୍ବାହ୍ନରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସହିତ ଅତି ଭୀଷଣ ବାତ୍ୟା ଭାବେ ବାପଟ୍ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୪୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ NDRFର ୧୧ଟି ଟିମ୍‌କୁ ମୁତୟନ କରାଯାଇଛି। ଏପାକି ୩୮୫ ଯବାନଙ୍କୁ ନେଇ ୧୧ଟି ଟିମ ୩ ରାଜ୍ୟକୁ ପଠାଯାଇଥିବା ସୂଚନା ମିଳିଛି। ଏପରିକି ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking