31.1 C
Bhubaneswar
Friday, October 18, 2024
Homeଅପରାଧସମ୍ପର୍କୀୟଙ୍କ ସ୍ୱରରେ ଟଙ୍କା ମାଗି ୨ ଲକ୍ଷ ଲୁଟିଲେ ସାଇବର ଠକ

ସମ୍ପର୍କୀୟଙ୍କ ସ୍ୱରରେ ଟଙ୍କା ମାଗି ୨ ଲକ୍ଷ ଲୁଟିଲେ ସାଇବର ଠକ

ସିମଲା: ମଣିଷର କାର୍ଯ୍ୟଶୈଳୀକୁ ସରଳ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର ହେଉଛି । ଏପଟେ ସାଇବର ଠକମାନେ ସମୟ ସହ ତାଳ ଦେଇ ଲୁଟର ନୂଆ ପନ୍ଥା ଆପଣାଉଛନ୍ତି । ଓ ଭଏସ କ୍ଲୋନିଂର ବ୍ୟବହାର କରି ଜଣେ ଯୁବକଙ୍କଠୁ ୨ ଲକ୍ଷ ଟଙ୍କା ଲୁଟିଛି ଦୁର୍ବୃତ୍ତ । ତେବେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଲୁଟେରା ଜଣକ ସମ୍ପର୍କୀୟଙ୍କ ଅବିକଳ ସ୍ୱରରେ ଛଳନା ପୂର୍ବକ ଟଙ୍କା ମାଗି ଏହି ଲୁଟ୍ କରିଥିବା ଜଣାପଡ଼ିଛି । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ଘଟିଛି ଏପରି ଘଟଣା । ପୋଲିସର କହିବା ଅନୁସାରେ ସିମଲା ପନ୍ଥାଘାଟି ଅଧିବାସୀ ସଞ୍ଜୟଙ୍କୁ ଚଳିତ ମାସ ୨୪ ତାରିଖରେ ଏକ ଫୋନକଲ୍ ଆସିଥିଲା । ଏହି ଫୋନକଲ କରିଥିବା ବ୍ୟକ୍ତି ଜଣକ ହେଉଛି ଜଣେ ସାଇବର ଠକ । ଫୋନକଲ୍ ଜରିଆରେ ଠକ ଜଣକ ସଞ୍ଜୟଙ୍କ ସମ୍ପର୍କୀୟଙ୍କ ସ୍ୱରରେ ଟଙ୍କା ମାଗିଥିଲେ । ଜଣେ ବନ୍ଧୁର ଚିକିତ୍ସା ପାଇଁ ଜରୁରୀକାଳୀନ ଭାବେ ଅର୍ଥର ଆବଶ୍ୟକତା ଅଛି ବୋଲି ସେ ସଞ୍ଜୟକୁ କହିଥିଲା ।

ଟେକ୍ନୋଲୋଜି ବ୍ୟବହାର କରିଥିବା ଠକର ସ୍ୱର ଏତେ ଅବିକଳ ଥିଲା ଯେ ସଞ୍ଜୟ ଅତି ସହଜରେ ବିଶ୍ୱାସ କରିନେଇଥିଲା । ଏହାପରେ ଠକ ଦେଇଥିବା ନମ୍ବରରେ ସଞ୍ଜୟ ସଙ୍ଗେସଙ୍ଗେ ପର୍ଯ୍ୟାୟ କ୍ରମେ ୨ ଲକ୍ଷ ଟଙ୍କା ପଠାଇଥିଲେ । ପୋଲିସ ନିକଟରେ ଅଭିଯୋଗ କରି ସଞ୍ଜୟ କହିଛନ୍ତି, “ମୋତେ ଜୁଲାଇ ୨୪ରେ ଏକ ଫୋନକଲ୍ ଆସିଥିଲା । ଆଉ ଉକ୍ତ ଠକ ଜଣକ ମୋର ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲା । ତା ସ୍ୱର ଅବିକଳ ଥିବାରୁ ମୁଁ ସହଜରେ ବିଶ୍ୱାସ କରିନେଇଥିଲି । ଠକ ଜଣକ ବନ୍ଧୁର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବା କହିଥିଲା । ଏଥିଲାଗି ମୁଁ ସଙ୍ଗେ ସଙ୍ଗେ ୫୦ ହଜାର ଟଙ୍କା ପଠାଇଥିଲି । ଏହାପରେ ୧ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲି । ଏହାପରେ ଗୁରୁବାର ମୁଁ ଲ୍ୟାଣ୍ଡ ନମ୍ବରରେ ଟଙ୍କା ଦେଇଥିବା ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲି । ଏହାପରେ ମୁଁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଲି । ଏହାପରେ ସାଇବର ପୋଲିସରେ ମୁଁ ଅଭିଯୋଗ କରିଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking