31.7 C
Bhubaneswar
Wednesday, January 22, 2025
Homeଅପରାଧବଡୁଛି ସାଇବର ଠକେଇ ଅକ୍ଟୋବରରେ ଠକିନେଲେ ୯୫ ଲକ୍ଷ

ବଡୁଛି ସାଇବର ଠକେଇ ଅକ୍ଟୋବରରେ ଠକିନେଲେ ୯୫ ଲକ୍ଷ

ଭୁବନେଶ୍ୱର: ଅକ୍ଟୋବର ମାସରେ ସାଇବର ଠକମାନେ ପ୍ରାୟ ୯୫ ଳକ୍ଷ ଟଙ୍କା ଠକି ନେଇଥିବା ନେଇ ବୁଧବାର ଭୁବନେଶ୍ୱର ସାଇବର ଡେସ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୂଯାୟୀ ଭୁବନେଶ୍ୱର ସହରାଞ୍ଚଳ ପୋଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ଅକ୍ଟୋବର ମାସରେ ହେଲ୍ପଲାଇନ ନମ୍ୱର-୭୪୪୦୦୦୬୭୦୯ ଜାରି କରାଯାଇଥିଲା । ଏହାପରେ ଏହି ନମ୍ବର ମାଧ୍ୟମରେ ମୋଟ ୩୦୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୭୨ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।

ଭୁବନେଶ୍ୱରରୁ ୧୦୦ଟି ୟୁପିଆଇ ଠକେଇ ଜନିତ ଅଭିଯୋଗ, ୮୯ଟି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସମ୍ପର୍କୀତ ଠକେଇ ଆସିଥିଲା ବେଳେ ୨୬ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଗ୍ରହଣ କରାଯାଇଛି । ମୋଟ ୫୭ଟି ଅନ୍ୟାନ୍ୟ ଅନ୍‌ଲାଇନ୍ ଜନିତ ଠକେଇ ଅଭିଯୋଗ ହୋଇଛି । ଗତ ମାସରେ ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ୩ଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଗତ ଅକ୍ଟୋବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୧୩ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ତେବେ ୯୫ ଲକ୍ଷ ଟଙ୍କା ସରକାରୀ ଆଖଡା ହୋଇଥିବା ନେଇ ପୁଲିସ ପକ୍ଷରୁ ଦର୍ଶାଯାଇଥିବା ବେଳେ ପ୍ରକୃତରେ ଏହି ଆଖଡା ଆହୁରି ଅଧିକ କାରଣ ଅଧିକାଂଶ ଅଭିଯୋଗ ପୁଲିସ ପାଖରେ ଅଭିଯୋଗ ହୋଇନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking