22.1 C
Bhubaneswar
Saturday, January 11, 2025
Homeଅପରାଧଝିଅକୁ ୟୁକ୍ରେନରୁ ଉଦ୍ଧାର କରିବା ବାହାନାରେ ମା’ ପାଖରୁ ଏତିକି ଟଙ୍କା ଠକି ନେଲା ଠକ 

ଝିଅକୁ ୟୁକ୍ରେନରୁ ଉଦ୍ଧାର କରିବା ବାହାନାରେ ମା’ ପାଖରୁ ଏତିକି ଟଙ୍କା ଠକି ନେଲା ଠକ 

ଭୋପାଳ : ମଧ୍ୟପ୍ରଦେଶରେ ବିଦିଶା ଜିଲ୍ଲାରେ ବାସ କରୁଥିବା ବୈଶାଳୀ ୱିଲ୍‌ସନ୍ ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଫେରାଇ ଆଣିବାକୁ ନେଇ ଖୁବ୍ ଚିନ୍ତିତ । ହେଲେ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ ମିଳିବା ତ ଦୂରର କଥା ବରଂ ତାଙ୍କ ଅସହାୟତାର ଫାଇଦା ଉଠାଯାଉଛି । ନିକଟରେ ପିଏମଓ ନାଁରେ ସେ ଠକାମୀର ଶିକାର ହୋଇଛନ୍ତି ଓ ଟିକେଟ୍ ନା’ରେ ତାଙ୍କଠାରୁ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବୈଶାଳୀଙ୍କ କହିବାନୁଯାୟୀ, ବୁଧବାର ଦ୍ୱିପ୍ରହରରେ ତାଙ୍କ ପାଖକୁ ପ୍ରିନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ଆସିଥିଲା । ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇଥିଲେ । ସେ ୟୁକ୍ରେନରୁ ତାଙ୍କ ଝିଅ ଏବଂ ତା’ର ଜଣେ ବାନ୍ଧବୀଙ୍କୁ ଫେରାଇ ଆଣିବାକୁ କହିଥିଲେ ଏବଂ ଟିକେଟ୍ ଟଙ୍କା ଜମା କରିବାକୁ ଆକାଉଣ୍ଟ ନମ୍ବର ଦେଇଥିଲେ । ଝିଅକୁ ଫେରାଇ ଆଣିବାକୁ ବୈଶାଳୀ ୨୧ ହଜାର ଟଙ୍କା ଲେଖାଏଁ ଦୁଇଟି ଟିକଟ ପାଇଁ ୪୨ ହଜାର ଟଙ୍କା ସେହି ଆକାଉଣ୍ଟରେ ଜମା କରିଥିଲେ । ୨୪ ଘଣ୍ଟା ପରେ ମଧ୍ୟ ଟିକେଟ୍ ସମ୍ବନ୍ଧରେ କୌଣସି ସୂଚନା ନ ପାଇବାରୁ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ସେଠାରୁ ସେ ଜାଣିବାକୁ ପାଇଲେ ଯେ ପ୍ରିନ୍ସ ନାମକ କୌଣସି କର୍ମଚାରୀ ସେଠାରେ କାମ କରନ୍ତି ନାହିଁ । ଅପରପକ୍ଷେ, ପ୍ରିନ୍ସ ନାମକ ବ୍ୟକ୍ତିକୁ ଫୋନ୍ କରି ଟିକେଟ୍ ବିଷୟରେ ପଚାରିବାରୁ ସେ କଥାକୁ ଏଡ଼ାଇ ଦେଇଥିଲା । ଏହାପରେ ଠକାମୀର ଶିକାର ହୋଇଥିବା ନେଇ ବୈଶାଳୀଙ୍କୁ ସନ୍ଦେହ ହୋଇଥିଲା ଓ ସେ ଏତଲା ଦେବାକୁ ଥାନାକୁ ଯାଇଥିଲେ । କିନ୍ତୁ ତାଙ୍କ ଏତଲା ଲେଖାହେଲା ନାହିଁ । ପୋଲିସ ଅଭିଯୋଗ ଆବେଦନ ଗ୍ରହଣ କରିବା ସହିତ ସାଇବର ପୋଲିସର ତଦନ୍ତ ପରେ ଏତଲା ଦାୟର କରିବାକୁ କହିଛି ।

ବୈଶାଳୀଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ । ସେ ନିଜ ଝିଅକୁ ଯଥାଶୀଘ୍ର ନିଜ ଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । କିନ୍ତୁ ସରକାରଠାରୁ ପ୍ରଶାସନ ପର୍ଯ୍ୟନ୍ତ କେହି ତାଙ୍କୁ ସାହାଯ୍ୟ କରିପାରୁ ନାହାନ୍ତି । ଝିଅକୁ ଫେରାଇ ଆଣିବା ପାଇଁ ବୈଶାଳୀ ସିଏମ ହେଲ୍ପଲାଇନରେ ଅଭିଯୋଗ କରିଥିଲେ । ଏହାର ଉତ୍ତରରେ ଫୋନ୍ କଲରେ ମହିଳା ଅଧିକାରୀ ତାଙ୍କୁ ୟୁକ୍ରେନ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking