18.1 C
Bhubaneswar
Saturday, November 16, 2024
Homeକମନୱେଲଥ ଗେମ୍ସରାଜ୍ୟ ଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳିକା ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ ପଦକ

ରାଜ୍ୟ ଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳିକା ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ନିଜ ସଫଳତା ଜାରି ରଖିଛି। ଶନିବାର ଦ୍ବିତୀୟ ଦିନ ସୁଦ୍ଧା ଭାରତ ତା’ର ଚତୁର୍ଥ ପଦକ ହାସଲ କରିଛି। ଭାରତର ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କେଜି ମହିଳା କେଟେଗୋରୀରେ ରୌପ୍ୟ ପଦକ ପାଇଛନ୍ତି। ପ୍ରଥମେ ସେ ୮୧ କେଜି ଉଠାଇଥିଲେ ପରେ ଦ୍ବିତୀୟ ପର୍ଯ୍ୟାୟରେ ୮୪ କେଜି ଓ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ। ସେହିପରି କ୍ଲିନ ଏବଂ ଜେର୍କ ରାଉଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୧୧୦ କେଜି ଉଠାଇଥିବା ବେଳେ ଦ୍ବତୀୟ ପର୍ଯ୍ୟାୟରେ ୧୧୪ କେଜି ଉଠାଇବାରେ ବିଫଳ ହୋଇଥିଲେ। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଇଂଲଣ୍ଡର ଫ୍ରେର ମୋରଙ୍କ ସହିତ ପ୍ରତିଯୋଗିତା କରିବାକୁ ଯାଇ ୧୧୬ କେଜି ଉଠାଇବାରେ ସଫଳ ହୋଇଥିଲେ। ନାଇଜେରିଆର ଆଡିଜାଟ ଓଲାରିନୋଏ ମୋଟ ୨୦୩ କେଜି ଉଠାଇ ସ୍ବର୍ଣ୍ଣପଦକ ପାଇଥିବାବେଳେ ବିନ୍ଦ୍ୟାରାଣୀ ସ୍ନାଚ, କ୍ଲିନ ଏବଂ ଜର୍କରୁ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking