କଟକ : କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି । ପୁରୀଘାଟ ଥାନା ନିକଟ ନର୍ସିଂହୋମର ୩ୟ ମହଲାରେ ନିଆଁ ଲାଗିଛି । ନିଆଁ ଲିଭେଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ତେବେ ଅଗ୍ନିକାଣ୍ଡ ଘଟଣାଟି କଟକର ରାଧାରମଣ ହସ୍ପିଟାଲରେ ଘଟିଥିବା ଜଣାପଡିଛି ।ଏଥିସହିତ ଉଦ୍ଧାର କାର୍ୟ୍ୟ ମଧ୍ୟ ଜାରି ରହିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡଟି ଘଟିଛି, ସେନେଇ କୌଣସି ଅସ୍ପଷ୍ଟ ସୂଚନା ମିଳିନି । ଧନ ଜୀବନର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।