27.1 C
Bhubaneswar
Tuesday, September 22, 2026
Homeଓଡିଶାମେସିଙ୍କୁ ଦେଖିବାକୁ ଷ୍ଟାଡିୟମ୍‌ରେ ହଙ୍ଗାମା

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମ୍‌ରେ ହଙ୍ଗାମା

କୋଲକତା: ଷ୍ଟାର ଫୁଟବଲର୍‌ ଲିଓନେଲ ମେସିଙ୍କୁ ଦେଖିବାକୁ ହଙ୍ଗାମା। କୋଲକାତାରେ ସଲ୍‌ଟ ଲେକ୍ ଷ୍ଟାଡିୟମ୍‌ରେ ଫିଙ୍ଗା ଫୋପଡା। ମେସିଙ୍କ ସହ ସାକ୍ଷାତ, ସେଲ୍‌ଫି ନେଇ ନ ପାରିବାରୁ ତାତିଲେ ସମର୍ଥକ। ମାତ୍ର ୧୦ ମିନିଟ୍ ପାଇଁ ଆସିଲେ, ଘେରିଗଲେ ନେତା ଓ ମନ୍ତ୍ରୀ। ଆୟୋଜକ କହିଥିଲେ ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ ଆସିବେ, ଆସିଲେନି। ୧୨ ହଜାର ଟଙ୍କାର ଟିକେଟ୍ ଓ ଘଷ୍ଟା ଘଷ୍ଟା ଅପେକ୍ଷାକୁ ନେଇ କଲେ ହଙ୍ଗାମା। ସେଲିବ୍ରେସନ ପାଇଁ ବନ୍ଧା ଯାଇଥିବା ଟେଷ୍ଟ ଉପାଡି ଫିଙ୍ଗି ଦେଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ପାହାର। ମେସିଙ୍କୁ ଦେଖିବାକୁ ଟିକେଟ୍ କରି ସବୁ ଲୁଟିଲେ କହିଲେ ନିରାଶ ଫ୍ୟାନ୍ସ। ସଲ୍‌ଟ ଲେକ୍ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ ପ୍ରାୟ ୫୦ ହଜାର ଦର୍ଶକ। ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦରୁ କୋଲକାତା ଆସିଥିଲେ ମେସି ଫ୍ୟାନ୍ସ।

ସୂଚନାରୁ ପ୍ରକାଶ, ଲିଓନେଲ୍ ମେସି କୋଲକାତାର ଲେକ୍ ସିଟିରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ସେ ବଲିଉଡ୍ ଷ୍ଟାର ଶାହରୁଖ ଖାନ ଏବଂ ଆରପିଜିଏସ୍ ଗ୍ରୁପ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ଭେଟିଥିଲେ। ତା’ପରେ ସେ କୋଲକାତାର ସଲ୍‌ଟ ଲେକ୍ ଷ୍ଟାଡିୟମକୁ ଯାଇଥିଲେ, ଯେଉଁଠାରେ ପ୍ରଶଂସକମାନେ ତାଙ୍କର ଏକ ଝଲକ ଦେଖିବାକୁ ପୂର୍ବରୁ ଜଗିଥିଲେ। ସେଠାରେ ଏକ ବିରାଟ ଭିଡ଼ ଥିଲା ଏବଂ ମେସି ପଡ଼ିଆରେ ଥିବା ସମସ୍ତଙ୍କୁ ହାତ ହଲାଇଥିଲେ। ପରେ, ଅନେକ ଲୋକ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଏହା ପରେ, ସେ ଶୀଘ୍ର ଷ୍ଟାଡିୟମ ଛାଡି ଚାଲିଗଲେ। ମେସି ଷ୍ଟାଡିୟମ୍ ଛାଡିବା ପରେ ପଡିଆ ଭିତରକୁ ଧସେଇ ପଶିଲେ କ୍ରୋଧିତ ଫ୍ୟାନ୍ସ। ମେସିଙ୍କୁ ନଦେଖିବାରୁ ପ୍ରବଳ ଗଣ୍ଡଗୋଳ କଲେ। ଷ୍ଟାଡିୟମ୍‌ରେ ଫ୍ୟାନ୍ ଭାଙ୍ଗିବା ସହ ଚେୟାର ଭାଙ୍ଗି, ବୋତଲ ଫିଙ୍ଗି, ପୋଷ୍ଟର ଚିରି ପ୍ରତିବାଦ କରିଛନ୍ତି ଫ୍ୟାନ୍ସ। ଇଭେଣ୍ଟର ଟିକେଟ୍ ମୂଲ୍ୟ ₹୫,୦୦୦ ରୁ ₹୨୫,୦୦୦ ପର୍ଯ୍ୟନ୍ତ ଥିଲା, କିନ୍ତୁ ଫ୍ୟାନ୍ସ ମେସିଙ୍କୁ ଦେଖିପାରିଲେ ନାହିଁ, ଯାହା ପ୍ରଶଂସକମାନଙ୍କୁ ଉତ୍ତେଜିତ କରିଦେଇଥିଲା।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking