ଭୁବନେଶ୍ୱର: ୨୦୨୬ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ଓଡ଼ିଶାର ଯୋଗ୍ୟ ଚାଷୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ଯୋଗୁଁ ହେଉଥିବା କ୍ଷତି ବିରୁଦ୍ଧରେ ସେମାନଙ୍କର ଫସଲ ବୀମା କରିବା ପାଇଁ ଅତିରିକ୍ତ ସମୟ ମିଳିବ।
ଅଧିକ ଯୋଗ୍ୟ ଚାଷୀଙ୍କୁ ଫସଲ ବୀମା ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ଅନୁରୋଧ ପରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏହି ସମୟସୀମା ବୃଦ୍ଧି କରିଛି।ବର୍ଦ୍ଧିତ ସମୟସୀମା ଅନୁଯାୟୀ, ପଞ୍ଜୀକରଣ କେବଳ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଏବଂ ଜଗତସିଂପୁର ଜିଲ୍ଲାର ଋଣଗ୍ରହୀତା ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟ ସମସ୍ତ ଜିଲ୍ଲାରେ, ସମସ୍ତ ଯୋଗ୍ୟ ବର୍ଗର ଚାଷୀ ଏହି ଯୋଜନାରେ ପଞ୍ଜୀକରଣ କରିପାରିବେ।










