ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ଛକରେ ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ୪ ଶହ ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅତିରକ୍ତ ପରିବହନ କମିଶନର। ସେମାନଙ୍କର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି। ଫିଟନେସ୍ , ବୀମା, ଟିକସ ଭରି ନଥିଲେ ଚାଲାଣ କଟାଯିବ। ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହେବ। ସନ୍ତୋଷଜନକ ଜବାବ ନ ରଖିଲେ ପରମିଟ ରଦ୍ଦ ହେବ। ରାଜ୍ୟରେ ୨୦୨୩ରୁ ଏଗ୍ରିଗେଟର ପଲିସି ଲାଗୁ ହୋଇଛି।ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଭଡ଼ା କମ୍ପାନି ନେଇପାରିବେ ନାହିଁ। ୨୦୦୮ରୁ ସରକାରଙ୍କ ସ୍ଥିରୀକୃତ ଭଡ଼ା ଧାର୍ଯ୍ୟ ରହିଥିଲା। ଆସନ୍ତା ସୋମବାର ଧାର୍ଯ୍ୟ ମୂଲ୍ୟ ପୁନଃ ନିର୍ଦ୍ଧାରଣ ହୋଇଥାନ୍ତା। ତା ପୂର୍ବରୁ ବିଶୃଙ୍ଖଳା ପରିସ୍ଥିତି ଉପୁଜାଇଛନ୍ତି ଅନଲାଇନ ଅଟୋ ଚାଳକ। ଏବେ ଭୁବନେଶ୍ବରରେ ଅଫଲାଇନରେ ୧୫ ହଜାର ଓ ୧୦ହଜାର ଅନଲାଇନ ଅଟୋ ରହିଛି ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର ।










