16.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଦିଲ୍ଲୀରେ ବଢ଼ୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୬୧ ନୂଆ ମାମଲା, ୨ ଜଣଙ୍କ ମୃତ୍ୟୁ

ଦିଲ୍ଲୀରେ ବଢ଼ୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୬୧ ନୂଆ ମାମଲା, ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିନ ୪୬୧ ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା ବେଳେ ଗତ ୪୮ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ମାମଲା । ଏହାପୂର୍ବରୁ ଫେବୃଆରୀ ୨୭ ରେ ୪୮୪ ମାମଲା ଥିବା ବେଳେ ପଜିଟିଭିଟି ହାର ୫.୩୩% କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ରୋଗୀ କରୋନାରେ ମୃତ୍ୟୁ ବରଣ କରିଥିଲେ। ମାର୍ଚ୍ଚ ୧୫ ପରଠାରୁ ଏହା ପ୍ରଥମ ଥର ପାଇଁ ଦିଲ୍ଲୀରେ ଏକରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଗାମୀ କିଛି ଦିନ ମଧ୍ୟରେ ଯଦି ପଜିଟିଭିଟି ହାର ୫.୩୩%ରେ ପହଞ୍ଚି ଯାଇଥିବା ଜଣାପଡ଼ିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଏଥିପାଇଁ ପ୍ରତିବନ୍ଧକ ଲଗାଇ ପାରନ୍ତି ବୋଲି କୁହାଯାଉଛି । ଦିଲ୍ଲୀର ବିପର‌୍ୟ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ସହରର କୋଭିଡ୍ ସ୍ଥିତିର ସମୀକ୍ଷା ପାଇଁ ବୁଧବାର ଏକ ବୈଠକ କରିବାର କାର‌୍ୟ୍ୟକ୍ରମ ରହିଛି। ଏଥିରେ କରୋନା ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
ଦିଲ୍ଲୀବାସୀ କହିଛନ୍ତି ଯେ ବଢ଼ୁଥିବା ମାମଲା କରୋନାର ଏକ ନୂଆ ତରଙ୍ଗର ଆଗମନର ସଙ୍କେତ ହୋଇପାରେ। ଅନ୍ୟପକ୍ଷରେ, ଡାକ୍ତରମାନେ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଏହା ପୂର୍ବ ତରଙ୍ଗ ଭଳି ଗମ୍ଭୀର ହେବ ନାହିଁ। ଏମ୍‌ସ ର ପୂର୍ବତନ ଡିନ୍ ଡାକ୍ତର ଏନ.କେ ମେହେରା କହିଛନ୍ତି ଯେ ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତା ଭଳି ନିର୍ଦ୍ଦେଶାବଳୀ ମାନିଲେ କୋଭିଡ୍‌ରୁ ନିଶ୍ଚିତ ରୂପେ ବର୍ତ୍ତି ପାରିବେ । ଗୋଟିଏ ପଟେ  ଏପ୍ରିଲ୍ ଆରମ୍ଭରୁ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଡାକ୍ତରଖାନାରେ ଥିବା ବେଡ୍ ମଧ୍ୟରୁ ଅଳ୍ପ କିଛି ଲୋକ ଭର୍ତ୍ତି ହୋଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କୋଭିଡ -୧୯ ପାଇଁ ମୋଟ ୯,୭୩୫ ଶଯ୍ୟା ଅଛି । ସେଥିମଧ୍ୟରୁ ବର୍ତ୍ତମାନ କେବଳ ୫୯ (୦.୬୧%) ଆଡମିଶନ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପିଜିଟିଭ୍ ମାମଲା ୨୯ ଥିବା ବେଳେ ଏବଂ ୩୦ ମାମଲା ସନ୍ଦିଗ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking