32.1 C
Bhubaneswar
Sunday, June 16, 2024
Homeଅପରାଧପୋଲିସ ହାତରୁ ଖସି ଡ୍ରେନ୍ ଭିତରେ ଫସିଲା ଅଭିଯୁକ୍ତ, ତା’ପରେ....

ପୋଲିସ ହାତରୁ ଖସି ଡ୍ରେନ୍ ଭିତରେ ଫସିଲା ଅଭିଯୁକ୍ତ, ତା’ପରେ….

ରାଉଲକେଲା : ପୋଲିସ ହାତରୁ ଖସିଲେ, ହେଲେ ଡ୍ରେନ୍ ଭିତରେ ଫସିଲେ । ଆଉ ଡ୍ରେନ୍ ଭିତରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ କାବୁ କଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ରାଉରକେଲାରେ । ସୂଚନା ଅନୁଯାୟୀ, ଜଣେ ଗଣଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ରାଉରକେଲା ସରକାରୀ ମେଡିକାଲ ନେଇଥିଲା ପୋଲିସ । ହେଲେ ମେଡିକାଲରୁ ପୋଲିସ୍‌କୁ ଚକ୍‌ମା ଦେଇ ଖସିଗଲା ଅଭିଯୁକ୍ତ । ଆଉ ଅଗ୍ରସେନ୍ ଭବନ ନିକଟରେ ଥିବା ଡ୍ରେନ୍ ଭିତରକୁ ପଶିଗଲା । ପୋଲିସ ଡ୍ରେନରେ ଖୋଜାଖୋଜି କରିଥିଲା । ହେଲେ ଅଭିଯୁକ୍ତକୁ ପାଇ ନ ଥିଲା । ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ରାଉରକେଲା ପୋଲିସର ଏକ ସ୍ପେଶାଲ୍ ଟିମ୍ । ଆଉ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଡ୍ରେନ୍ ଭିତରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା । ଡ୍ରେନ୍ ଭିତରୁ ଆଣିବା ପରେ ପୋଲିସ ତାକୁ ଧୋଇଥିଲା । ଏହି ଘଟଣାରେ ରାଉରକେଲା ଏସ୍‌ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି । ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି । ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking