ନୂଆଦିଲ୍ଲୀ: ନିଜ ସ୍ତ୍ରୀ ଙ୍କ ଚରିତ୍ରକୁ ସନ୍ଦେହ କରି ଜଣେ ୪୪ ବର୍ଷୀୟ ବ୍ୟକ୍ତି ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହାସହ ସ୍ତ୍ରୀ ଓ ପୁଅକୁ ମଧ୍ୟ ଛୁରୀରେ ଆକ୍ରମଣ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ରାକେଶ କାନ୍ଦ୍ରେକର । ସେ ବିହାର ମନଭେଲପଦାସ୍ଥିତ ବ୍ରହ୍ମା ଆପାର୍ଟମେଣ୍ଟ ରେ ରୁହନ୍ତି । ଶନିବାର ସକାଳେ ସେ ରହୁଥିବା ଆପାର୍ଟମେଣ୍ଟରେ ୪୩ ବର୍ଷୀୟା ସ୍ତ୍ରୀ ଶ୍ରଦ୍ଧା, ୧୪ ବର୍ଷର ପୁଅ ଓମ୍ ଏବଂ ୬୩ ବର୍ଷୀୟା ଶାଶୂ ମାଳିନୀ ସାଲଭେଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଶାଶୂ ଘଟଣାସ୍ଥଳରେ ପ୍ରାଣ ହାରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅ ନିକଟସ୍ଥ ହସ୍ପିଟାଲରେ ଜୀବନ ମରଣ ସହ ଲଢୁଥିବା ସ୍ଥାନୀୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାକେଶ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ ସବୁବେଳେ ତାଙ୍କ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରନ୍ତି । ଶ୍ରଦ୍ଧାଙ୍କର ଆଉ କେଉଁ ପୁରୁଷ ସହିତ ଅନୈତିକ ସଂପର୍କ ଥିବା କହି ସେ ସବୁବେଳେ ତାଙ୍କ ସହ ଝଗଡା କରନ୍ତି । ତେବେ ସବୁ ଦିନିଆ ଏହି ଝଗଡାର ସମାଧାନ ପାଇଁ ଆଜି ସକାଳେ ଶ୍ରଦ୍ଧା ତାଙ୍କ ମା ଏବଂ ଜୋଗେଶ୍ୱରୀରୁ ଜଣେ ସଂପର୍କୀୟଙ୍କୁ ଡକାଇଥିଲେ । ଆଲୋଚନା ଚାଲିଥିବା ସମୟରେ ରାକେଶ ଶ୍ରଦ୍ଧାଙ୍କ ଉପରକୁ ଧାରୁଆ ଛୁରୀ ଆଣି ଆକ୍ରମଣ କରିଥିଲେ । ପରେ ଶାଶୂ ଆଉ ପୁଅ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କ ହାତ ଓ ମୁହଁରେ ଗଭୀର ଭାବରେ ଆଘାତ ଲାଗିଛି । ରାକେଶ ନି ନିଜକୁ ଆକ୍ରମଣ କରି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି । ପୋଲିସ ଏବେ ତା ବିରଧରେ ହତ୍ୟା ମାମଲା ରୁଜୁ କରିବା ସହ ଗିରଫ କର ତଦନ୍ତ ଆରମ୍ଭ କରିିଛି ।