39.1 C
Bhubaneswar
Wednesday, April 24, 2024
Homeଓଡିଶାଦୁବାଇରୁ ୨୧୫ ପ୍ରବାସୀ ଓଡିଆଙ୍କୁ ନେଇ ଫେରିଲେ ଓଡିଆ ପାଇଲଟ ମଧୁସ୍ମିତା ପଟ୍ଟନାୟକ

ଦୁବାଇରୁ ୨୧୫ ପ୍ରବାସୀ ଓଡିଆଙ୍କୁ ନେଇ ଫେରିଲେ ଓଡିଆ ପାଇଲଟ ମଧୁସ୍ମିତା ପଟ୍ଟନାୟକ

ନୂଆଦିଲ୍ଲୀ: ଦୁବାଇରୁ ୨୧୫ ପ୍ରବାସୀ ଓଡିଆଙ୍କୁ ଧରି ଏୟାର ଆରବିୟା ଫ୍ଲାଇଟରେ ଫେରିଛନ୍ତି ଓଡିଆ ପାଇଲଟ ମଧୁସ୍ମିତା ପଟ୍ଟନାୟକ । ଯାହା ମଧ୍ୟରେ ୨୧୪ ଜଣ ବୟସ୍କ ବ୍ୟକ୍ତି ରହିଥିବା ବେଳେ ଜଣେ ଶିଶୁ ରହିଥିବା ସୂଚନା ମିଳିଛି । ଫ୍ଲାଇଟି ସକାଳ ୮ଟାରୁ ସାରଜାହାରୁ ଛାଡି ଥିଲା । ଏବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣ କରିଥିବା ବେଳେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସକାଳେ ଏୟାର ଆରବିୟା ଅଫିସରେ ପହଂଚିବା ପରେ ସେ କେତେ ଖୁସି ଅଛନ୍ତି ତାହା ପ୍ରକାଶ କରିଥିଲେ । ଓଡିଆଙ୍କୁ ୟୁଏଇରୁ ଧରି ଓଡିଶା ଫେରିବା ତାଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ବୋଲି ସେ କହିଥିଲେ । ତାହା ପୁଣି ରଜ ଭଳି ପାରମ୍ପରିକ ପର୍ବରେ । ଏହା ଏୟାର ଆରବିୟାରୁ ଭୁବନେଶ୍ୱରକୁ ଡାଇରେକ୍ଟ ଫ୍ଲାଇଟ ବୋଲି ସୂଚନା ମିଳିଛି । ତେବେ କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକ ଡାଉନ ଯୋଗୁଁ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ଏହି ପ୍ଲେନଟି ଭୁବନେଶ୍ୱରରେ ପହଂଚିଛି । ୟୁଏଇର ଓଡିଆ ସମାଜ କିଛି ଯାତ୍ରୀଙ୍କ ଟିକଟ ଖର୍ଚ୍ଚ ଦେଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଜସ୍ୱ ଖର୍ଚ୍ଚରେ ଆସିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବନ୍ଦେ ଭାରତ ମିଶନରେ ପୂର୍ବରୁ ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଦୁବାଇ, ଶ୍ରୀଲଙ୍କା ଓ ଆମେରିକାରୁ ମଧ୍ୟ ପ୍ରବାସୀମାନେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking