ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଅପରାଧ। ରାଜ୍ୟରେ ଗତ ୫ ବର୍ଷରେ ଚୋରି, ଡକାୟତି ଆଦି ଅପରାଧ ବଢିଛି । ଗୃହରେ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ୨୦୧୮ରେ ବିଭିନ୍ନ ଥାନାରେ ୧ ଲକ୍ଷ ୭ ହଜାର ୪୦୮ଟି ଅପରାଧ ହୋଇଥିବା ସୂଚନା । ୨୦୧୯ରେ ବିଭିନ୍ନ ଥାନାରେ ୧ ଲକ୍ଷ ୨୧ ହଜାର ୫୨୫ଟି ମାମଲା ରୁଜୁ ହୋଇଥିବା ସୂଚନା । ୨୦୨୦ରେ ୧,୩୪,୨୩୦ ଓ ୨୦୨୧ରେ ୧,୫୫,୪୨୦ଟି ମାମଲା ରୁଜୁ ହୋଇଥିବା ସୂଚନା । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି ।