ବ୍ରହ୍ମପୁର : ଖଲ୍ଲିକୋଟ କଲେଜ ପଡିଆ ଠାରେ ଲିଡସ ସ୍ପୋର୍ଟିଙ୍ଗ କ୍ଲୁବ ଓ ବ୍ରହ୍ମପୁର ବିଜେଡି ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଦିବାରାତ୍ରୀ କ୍ରିକେଟ ଟୁର୍ନାମେଣ୍ଟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ ବନାମ ୟୁନlଇଟେଡ଼ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କଟକ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ ନିର୍ଦ୍ଧାରିତ ୨0 ଓବର ମ୍ୟାଚରେ ୮ ଉଇକେଟ ବିନିମୟରେ ୧୬୫ ରନ କରିଥିଲେ l ଦଳପକ୍ଷରୁ ଅଭିନାଶ ନାୟକ ୪୫ ବଲ ଖେଳି ୫୧ ରନ ଓ ଦଳର ଅଧିନାୟକ ଶୁଭମ ନାୟକ ୧୧ ଟି ବଲ ଖେଳି ୩0 ରନ କରିଥିଲେ l ୟୁନlଇଟେଡ଼ ଇଲେଭେନ ତରଫରୁ ବୋଲିଙ୍ଗରେ ଆକ୍ରମ ଖାନ୍ନ ୪ ଓବର ପକାଇ ୨୩ ରନ ଦେଇ ୪ ଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ୟୁନlଇଟେଡ଼ ଇଲେଭେନ ୧୮.୧ ଓବର ଖେଳି ସମସ୍ତ ଉଇକେଟ ହରାଇ ୧୪୫ ରନ କରିଥିଲେ l ଦଳପକ୍ଷରୁ ଜିତେନ୍ଦ୍ର କୁମାର ତ୍ରିପାଠୀ ୪0 ବଲ ଖେଳି ୫୨ ରନ କରିଥିଲେ l କଟକ ଦଳର ଅଧିନାୟକ ଶୁଭମ ନାୟକ ୪ ଓବର ପକାଇ ୩୫ ରନ ଦେଇ ୪ ଟି ଉଇକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ କଟକ ଦଳ ୨0 ରନରେ ମ୍ୟlଚ ଜିତିନେଥିଲା l ଆଜିର ମ୍ୟାଚରେ ମେନ ଅଫ ଦା ମ୍ୟାଚ ଭାବେ କଟକ ଦଳର ଅଧିନାୟକ ଶୁଭମ ନାୟକଙ୍କୁ ପୁରସ୍କୃତ ହୋଇଥିଲେ l ଦେବ ବ୍ରତ ଦେବ ଓ ଅସିତ ପାଲ ମ୍ୟାଚକୁ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ସତ୍ୟ ନାରାୟଣ ପରିଡା ଓ କମେଣ୍ଟ୍ରି ଭାବେ ପ୍ରସନ୍ନ ପାଢ଼ୀ ସହଯୋଗ କରିଥିଲେ l ଆଜିର ଚତୃର୍ଥ କ୍ୱାଟର ଫାଇନାଲ ମ୍ୟାଚ ଭୁବେନେଶ୍ୱରର ସହିଦ ସ୍ପୋର୍ଟିଙ୍ଗ କ୍ଲୁବ ବନାମ ସୋଲାର କ୍ଲୁବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସୋଲାର ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୨0 ଓବର ମ୍ୟାଚ ଖେଳି ୭ ଉଇକେଟ ହରାଇ ୧୮୯ ରନ କରିଥିଲେ l ଦଳପକ୍ଷରୁ
ପ୍ରୟାସ ସିଙ୍ଗ ଠାକୁର ୨୮ ବଲ ଖେଳି ୫୧ ରନ ଓ ଦିବ୍ୟଜ୍ୟୋତି ରଥ ୩୬ ବଲ ଖେଳି ୪୬ ରନ କରିଥିଲେ l ସହିଦ ସ୍ପୋର୍ଟିଙ୍ଗ କ୍ଲୁବ ପକ୍ଷରୁ ବୋଲିଙ୍ଗରେ ଶୁଭମ ଶତ୍ରୁଜିତ ୪ ଓବର ପକାଇ ୨୯ ରନ ଦେଇ ୨ ଟା ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ଭୁବେନେଶ୍ୱର ସହିଦ ସ୍ପୋର୍ଟିଙ୍ଗ ଦଳ ୧୭ ଓବର ଖେଳି ସମସ୍ତ ଉଇକେଟ ହରାଇ ୮୭ ରନ କରିଥିଲେ l ଦଳପକ୍ଷରୁ ଜ୍ୟୋତି ରଞ୍ଜନ ବେହରା ୧୮ ବଲ ଖେଳି ୧୯ ରନ କରିଥିଲେ l ସୋଲାର ଟିମ ଦଳ ପକ୍ଷରୁ ବୋଲିଙ୍ଗରେ ଜୟନ୍ତ ବେହେରା ୪ ଓବର ପକାଇ ୧୫ ରନ ଦେଇ ୨ ଗୋଟି ଉଇକେଟ ଅକ୍ତିହାର କଲେ l ଏହି ମ୍ୟାଚକୁ କଟକ ସୋଲାର ଦଳ ୧୧୧ ରନ ରେ ବିଜୟୀ ଲାଭ କଲା l
ସତ୍ୟବ୍ରତ ମହାପାତ୍ର ଓ ଅସିତ ପାଲ ଖେଳକୁ ପରିଚଳନା କରିଥିଲେ l
ଆଜିର ମୁଖ୍ୟ ଅତିଥି ଭାବେ ଓଲିଉଡ଼ ଅଭିନେତ୍ରୀ ତଥା ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଜେନେରାଲ ଏଲିନା ଦାସ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ l ସନ୍ନମାନ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ ପଣ୍ଡା ଯୋଗଦେଇ କୁନି କୁନି କଳାକାର ମାନଙ୍କୁ ପୁରସ୍କାର ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଭାତ ରାଉତ ରାୟ ଏସଡିପିଓ ପ୍ରକାଶ ଜେନା, ଗଞ୍ଜାମ ଅବକାରୀ ଅଦିକ୍ଷକ ଓ ବ୍ରହ୍ମପୁର ଅବକାରୀ ଅଦିକ୍ଷକ ଉପସ୍ଥିତ ରହି ଶିଶୁ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ସୁବାସ ମହାରଣା, ପୂର୍ବତନ କର୍ପୋରେଟର ଆର ମୁରଲୀ ମୋହନ, ରଞ୍ଜିତ ନାୟକ, ଅlପାରଓ ସମେତ ସମସ୍ତ କର୍ପୋରେଟର, ଜ଼ିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ୟୁଥ ବିଜେଡି ମହାନଗର ଯୁବ ସଭାପତି ଅଜିତ ପଣ୍ଡା, ଜ୍ୟୋତି ରଞ୍ଜନ ସାହୁ, ତୁମ୍ବ ନାଥ ପଣ୍ଡା, ତାପସ ରଞ୍ଜନ ସାହୁ, ଆଦିତ୍ୟ ପଟ୍ଟନାୟ, ମଦନ ଦଳାଇ, ରବୀନ୍ଦ୍ର କୁମାର ସାହୁ, ଅସିତ ସାବତ, ମଳୟ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ପ୍ରଜ୍ଞା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l