21.1 C
Bhubaneswar
Thursday, December 26, 2024
Homeଓଡିଶାହାତୀଙ୍କ ପାଇଁ ଜଙ୍ଗଲ ସୃଷ୍ଟି: ଗଣେଶ ରାମସିଂ ଖୁଣ୍ଟିଆ

ହାତୀଙ୍କ ପାଇଁ ଜଙ୍ଗଲ ସୃଷ୍ଟି: ଗଣେଶ ରାମସିଂ ଖୁଣ୍ଟିଆ

ଭୁବନେଶ୍ୱର: ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବେ ସରକାର । ଅଧିକ ହାତୀ , ଜଙ୍ଗଲ କମ ନେଇ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପ୍ରତିକ୍ରିୟା। ହାତୀଙ୍କ ପାଇଁ ଜଙ୍ଗଲ ଅଭାବ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି କରୁଛନ୍ତି । ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ରହିଛନ୍ତି । ତେଣୁ ବର୍ତ୍ତମାନ ବିଭାଗ ଚିନ୍ତା କରୁଛି ଅଧିକ ଜଙ୍ଗଲ ସୃଷ୍ଟି କରିବା ଲାଗି । ବର୍ତ୍ତମାନ ଜଙ୍ଗଲ କେତେ ପରିମାଣରେ ରହିଛି ଆଉ କେତେ ଆବଶ୍ୟକ ରହିଛି ଵର୍ତମାନର ପରିସ୍ଥିତି ହାତୀଙ୍କୁ ସୁହାଉଛି କି ନାହିଁ ଏବଂ ସେମାନଙ୍କ ଖାଇବା ପିଇବା ରେ ଅସୁବିଧା ହେଉଛି କି ତାର ଅନୁଧ୍ୟାନ ବିଭାଗ କରୁଛି । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ । ହେନ୍ତାଳ ବଣ ଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବା ସହ ଘରୋଇ ଲୋକଙ୍କୁ ମଧ୍ୟ ସାମିଲ କରାଯିବ । ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking