17.1 C
Bhubaneswar
Friday, January 10, 2025
Homeଓଡିଶାରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ିବା ଉପରେ କଟକଣା, ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ିବା ଉପରେ କଟକଣା, ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ : ପୁରୀ ସହରରେ ଉଡିବନି ଡ୍ରୋନ୍ । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ିବା ଉପରେ କଟକଣା ଜାରି କରାଯାଇଛି । ଏନେଇ ସତର୍କତା ଜାରି କରିଛି ଜିଲ୍ଲା ପ୍ରଶାସନ । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଆସନ୍ତା ଜୁନ୍ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ଶ୍ରୀମନ୍ଦିର ଉପରଭାଗ, ତିନି ରଥ ନିକଟ ଓ ଗୁଣ୍ଡିଚା ମଣ୍ଡିର ଉପରେ ଡ଼୍ରୋନ୍ ଉଡ଼ାଇବାରେ କଟକଣା ଜାରି କରାଯାଇଛି । ଡିଜିସିଏର ଗାଇଡଲାଇନ୍ ଅନୁଯାୟୀ ରେଡ ଜୋନରେ ଶ୍ରୀମନ୍ଦିର ରହିଛି । ତେଣୁ ଯଦି କେହି ନିୟମ ଉଲ୍ଲଘଂନ କରି ଡ୍ରୋନ୍ ଉଡାନ୍ତି ଉଲ୍ଲଘଂନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking