26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶସିପିଏମ୍‌ ନେତା ପିଭି ସତ୍ୟାନାଥନଙ୍କୁ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ

ସିପିଏମ୍‌ ନେତା ପିଭି ସତ୍ୟାନାଥନଙ୍କୁ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ

ବ୍ୟୁରୋ :ସିପିଏମ୍‌ ନେତା ପିଭି ସତ୍ୟାନାଥନଙ୍କୁ କିଛି ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ଆକ୍ରମଣ କରିଛନ୍ତି । ମନ୍ଦିରର ଉତ୍ସବରେ ଯୋଗଦେବାକୁ ଯାଇଥିଲେ ସିପିଆଇ ନେତା । ସେଠାରେ ସେ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଅଚାନକ ସମସ୍ତଙ୍କ ସାମନାରେ ତାଙ୍କୁ ଟାଙ୍ଗିଆରେ ହାଣିଦେଲେ କିଛି ଦୁର୍ବୃତ୍ତ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନେତାଜଣକ ଆଖି ବୁଜି ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କେରଳର କୋଝିକୋଡ ଜିଲ୍ଲାରେ ଘଟିଛି। ମୃତକ ହେଲେ ସିପିଏମ୍‌ ନେତା ପିଭି ସତ୍ୟାନାଥନ । ସତ୍ୟାନାଥନ ସିପିଆଇ ଦଳର କୋୟିଲାଣ୍ଡି ସେଣ୍ଟ୍ରାଲ ଲୋକାଲ କମିଟିର ସେକ୍ରେଟାରି ଭାବେ କାମ କରୁଥିଲେ। କୋୟିଲାଣ୍ଡିସ୍ଥିତ ଚେରିୟୁପୁରମ ମନ୍ଦିରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପିଭି ସତ୍ୟାନାଥନଙ୍କୁ ମନ୍ଦିର କମିଟି ପକ୍ଷରୁ ନିମନ୍ତ୍ରୀତ କରାଯାଇଥିଲା। ସେଠାରେ ଅଚାନକ ସତ୍ୟାନାଥନଙ୍କ ଉପରକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ସମସ୍ତଙ୍କ ଆଖି ସାମନାରେ ସେମାନେ ତାଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତୁରନ୍ତ ସତ୍ୟାନାଥନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତଜଣକ ତୁରନ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୁଲିସ୍‌ ତାଙ୍କ ସନ୍ଧାନ ଆରମ୍ଭ କରିଛି।ପିଭି ସତ୍ୟାନାଥନଙ୍କ ସହ ଅଭିଯୁକ୍ତଙ୍କର ପୂର୍ବ ଶତ୍ରୁତା ଥିବା ପୁଲିସ୍ ସନ୍ଦେହ କରୁଛି। ତେଣୁ କିଏ ଏପରି କାଣ୍ଡ ଘଟାଇ ଥାଇପାରେ ତାହା ଜାଣିବାକୁ ପୁଲିସ୍‌ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking