30.1 C
Bhubaneswar
Saturday, May 4, 2024
Homeକରୋନାଆମେରିକାରେ ୬ ମାସର ଶିଶୁଙ୍କର ହେବ କୋଭିଡ୍ ଭ୍ୟାକ୍ସିନେସନ୍‌

ଆମେରିକାରେ ୬ ମାସର ଶିଶୁଙ୍କର ହେବ କୋଭିଡ୍ ଭ୍ୟାକ୍ସିନେସନ୍‌

ୱାଶିଂଟନ: ଆମେରିକା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଫିଜର୍ ଓ ମଡର୍ଣ୍ଣାର କୋଭିଡ୍‌-୧୯ ଭ୍ୟାକ୍ସିନେସନ୍‌କୁ ସବୁଜ ସଙ୍କେତ ଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ଏହାକୁ ଏକ ସ୍ମରଣୀୟ ପଦକ୍ଷେପ କହି ସ୍ୱାଗତ କରିଛନ୍ତି । ଫଳରେ ୬ ମାସର ଶିଶୁଙ୍କୁ ତଥାକଥିତ ଏମ୍‌ଆର୍‌ଏନଏ ଭ୍ୟାକ୍ସିନ୍ ଲଗାଇବା ପାଇଁ ମଞ୍ଜୁରୀ ଦେଶରେ ଆମେରିକାର ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି । ଛୋଟ ଛୋଟ ଶିଶୁଙ୍କ ଏମର୍ଜେନ୍ସି ବ୍ୟବହାର ପାଇଁ ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍ (ଏଫ୍‌ଡିଏ) ଶୁକ୍ରବାର ଅଧିକାର ପ୍ରଦାନ କରିଛି । ତେବେ ଭ୍ୟାକ୍ସିନ୍‌କୁ ଆମେରିକାର ସେଣ୍ଟର୍ ଫର୍ ଡିଜାଷ୍ଟର୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍ (ସିଡିସି)ର ପକ୍ଷରୁ ଆଉଏକ କ୍ଲିୟରାନ୍ସ ମିଳିବା ଆବଶ୍ୟକ ରହିଛି । ଏଫ୍‌ଡିଏ ସୁବଜ ସଙ୍କେତ ମିଳିବା ପରେ ଆମେରିକା ସରକାର ଭ୍ୟାକ୍ସିନ୍‌ର କେତେ ହଜାର ଡୋଜ୍ ସାରା ରାଜ୍ୟରେ ବଣ୍ଟନ କରିଛନ୍ତି । ସେମାନଙ୍କ ଶିଶୁଙ୍କ ଭ୍ୟାକ୍ସିନେସନ୍ ପାଇଁ ଅଭିଭାବକମାନେ ଆଗାମୀ ସପ୍ତାହ ମଧ୍ୟରେ ସିଡ୍ୟୁଲ୍ ଆପଏଣ୍ଟମେଣ୍ଟ୍ ଆରଗମ୍ଭ କରିପାରିବେ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking