36.1 C
Bhubaneswar
Sunday, May 19, 2024
Homeଓଡିଶାମାଲକାନଗିରିରେ କଟକଣା କଡା

ମାଲକାନଗିରିରେ କଟକଣା କଡା

ମାଲକାନଗିରି: ସଂକ୍ରମଣ ଏଡାଇବାକୁ କଡା କଟକଣା ଲଗାଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୋକାନରେ ସାମାଜିକ ଦୂରତା ପାଇଁ ଦୋକାନୀ ଏବେ ଦଉଡି ବାନ୍ଧିବେ । ସେହିଭଳି ଦୋକାନକୁ ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଦୋକାନୀ ଜରିମାନା ଦେବେ । ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ ହେଲେ ସିଲ କରାଯିବ । ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫ ଶହରୁ ୧ ହଜାର ଯାଏଁ ଜରିମାନା ହେବ । ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାନିଯାତ୍ରା ସଂପୂର୍ଣ୍ଣ ବାରଣ ହୋଇଛି । ଏବେ କରୋନା ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବଢୁଛି । ସେଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନେ କଡା ପଦକ୍ଷେପ ନେଉଛନ୍ତି । ଲୋକେ ସଚେତନ ହେବା ସହ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking