ଭୁବନେଶ୍ୱର: ପୁଣି ଓଡିଶାକୁ ଫେରିଛି ମହାମାରୀ କରୋନା । କୋଭିଡ ସଂକ୍ରମଣର ଆଉ ଏକ ନୂଆ ଭାରିଆଣ୍ଟ ଏବେ ପାଦ ଥାପିଛି । ଓମିକ୍ରନ ଭାରିଆଣ୍ଟ ବିଏଫ.୭ ଆକ୍ରାନ୍ତ ଚିହ୍ନଟ ହୋଇଛି । ଓଡିଶାରେ ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଗୁଜୁରାଟରୁ ୨ ଜଣ କରୋନାର ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି । ନୂଆ ଭାରିଆଣ୍ଟ ଅକ୍ଟୋବରରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଚୀନରେ କୋଭିଡର ଏହି ଭାରିଆଣ୍ଟ ଏବେ ଖୁବ ଭୟଙ୍କର ହୋଇତିବା ବେଳେ ପ୍ରତିଦିନ ହଜାର ହଜାର ରୋଗୀ ଚିହ୍ନଟ ହେଉଛନ୍ତି । ଯେଉଁଥିପାଇଁ ଏବେ ଚୀନ ସରକାର ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଏମିତିକି ଡାକ୍ତର ଏବଂ ପ୍ରଶାସନ ତରପରୁ ମେଡିକାଲକୁ ଆସିବା ପାଇଁ ମଧ୍ୟ ମନା କରି ଦେଇଛନ୍ତି । ବିଶେଷ ଗୁରୁତର ନଥିଲେ ଡାକ୍ତରଖାନାକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଚୀନର ସରକାର । ତେବେ ଓଡିଶାରେ ଏହି ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବଂ ପ୍ରଶାସନ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଏପରି ପରିସ୍ଥିତିରେ ପୁଣିଥରେ ସମସ୍ତଙ୍କୁ ସଚେତନ ରହିବା ପାଇଁ ନିବେଦନ କରାଯାଇଛି ।