ଯାଜପୁର: ଯାଜପୁର ଜିଲ୍ଲା ରେ କରୋନା ପଜେଟିଭ ସଂଖ୍ୟା ଦିନ କୁ ଦିନ ବୁଦ୍ଧି ପାଉଛି । ଏହି ଜିଲ୍ଲାର 10ଟି ବ୍ଲକ ଓ 2ଟି ମୁନିସିପାଲିଟି ଅଞ୍ଚଳ ରେ କରୋନା ଥମିବାର ନା ଧରୁ ନାହିଁ । ଜିଲ୍ଲାର ର ଅଧିକାଂଶ ଲୋକ ମାନେ ଥଣ୍ଡା ଜ୍ୱର ପୀଡିତ ସେମାନଙ୍କଠାରୁ ପଜେଟିଭ ବାହାରୁ ଥିବା ରୁ ଚିକିତ୍ସା ପାଇଁ ପଜେଟିଭ ହସ୍ପିଟାଲ ରେ ଭର୍ତି କରାଯାଉଛି । ଅଗଷ୍ଟ ସେପ୍ଟେମ୍ବର ମାସରେ ଏହି ଭୁତାଣୁ ଜନିତ ରୋଗ ବଡି ଚାଲିଛି 2ଦିନ ରେ ପଜେଟିଭ ସଂଖ୍ୟା 458 । କରୋନା ମହାମାରୀ ସାଙ୍ଗ କୁ ବନ୍ୟା ବିପତ୍ତି ଜିଲ୍ଲା ବାସୀ ଙ୍କୁ ବିପଦରେ ପକାଇଛି ଚାଷୀ ମାନଙ୍କ ଧାନ ଓ ପନିପରିବା ଚାଷ ଉଜୁଡି ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ସମୁଦ୍ର କୁ ଶଙ୍ଖେ ସଦୁସ୍ୟ ବନ୍ୟା ଯୋଗୁ ରାସ୍ତା ଘାଟ ଭାଙ୍ଗି ଯାଇଛି । ଲୋକ ପ୍ରତିନିଧି ମାନେ ଦଳୀୟ କର୍ମୀ ନେଇ ରାଜନୀତି କରିବାରେ ବ୍ୟସ୍ତ ସାମାଜିକ ଦୂରତା ଭୁଲି ଯାଉଛନ୍ତି ଡ଼ାକ୍ତରୀ ଟିମି ଗାଁ କୁ ଯାଉ ନାହିଁ । ଲୋକଙ୍କୁ ଥଣ୍ଡା ଜ୍ୱର ହେଲେ କରୋନା ପଜେଟିଭ କହି ପଜେଟିଭ ସେଣ୍ଟର କୁ ପଠେଇ ଦେଉଛନ୍ତି ଲୋକ ମାନେ ଥଣ୍ଡା ହେଲେ ବାଧ୍ୟ ହୋଇ ମେଡ଼ିସିନ ଦୋକାନ ରୁ ଔଷଧ ଓ କଢ଼ା ଦେଶୀୟ ଚିକିତ୍ସା କରୁ ଛନ୍ତି ବନ୍ୟା ନଷ୍ଟ ହୋଇ ଥିବା ନଳ କୂପ ମରାମତି ହୋଇ ନାହଁ ଦୂଷିତ ଜଳ ପି ନାନାଦି ରୋଗ ରେ ସିଖାର ହଉ ଛନ୍ତି ଏ ଭଳି ଲାଗି ରହିଲେ ଜିଲ୍ଲା ର ଅବସ୍ଥା କଣ ହେବ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।