33.1 C
Bhubaneswar
Friday, May 3, 2024
Homeଓଡିଶାକଟକମମିତା ମେହେର ହତ୍ୟା: ଗୋବିନ୍ଦ ସାହୁଙ୍କୁ ଜାମିନ

ମମିତା ମେହେର ହତ୍ୟା: ଗୋବିନ୍ଦ ସାହୁଙ୍କୁ ଜାମିନ

କଟକ : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ମିଳିଲା ଜାମିନ । ମୁଖ୍ୟ ଅଭି ଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ୨ ସପ୍ତାହ ଜାମିନ । ୨ ସପ୍ତାହ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ । ଆଜି ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ପାଇଁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଥିବା ବେଳେ ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତା କାରଣରୁ ଏହି ଜାମିନ ଦେଇଛନ୍ତି ମାନ୍ୟବର କୋର୍ଟ । ଗତବର୍ଷ ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ତଥା ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। କିଛି ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମମିତାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିବା ପରେ ଗାତ ଖୋଳି ପୋତିଦେବା ସହ ଶବଦେହରେ ଅଭିଯୁକ୍ତ ଗୋବିନ୍ଦ ନିଆଁ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍‌ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିବାର ସୂଚନା ମିଳିଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking