39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକଲୋମ୍ବିଆ ଜେଲରେ ନିଆଁ, ଜଳିଗଲେ ୫୧ କଏଦୀ

କଲୋମ୍ବିଆ ଜେଲରେ ନିଆଁ, ଜଳିଗଲେ ୫୧ କଏଦୀ

ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲୋମ୍ବିଆର ଏକ ଜେଲରେ ଅଭାବନୀୟ ଘଟଣା ଘଟିଛି । ରାଜଧାନୀ ବୋଗୋଟାରେ ଥିବା ଏକ ଜେଲରେ ଜଣେ କଏଦୀ ନିଆଁ ଲଗାଇଦେବାରୁ ୫୧ କଏଦୀ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟ ୨୪ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ତେବାସୀ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜିତ ହୋଇ ଜଣେ କଏଦୀ ବେଡ ଓ ଗଦିରେ ନିଆଁ ଲଗାଇ ଦେବା ଫଳରେ ଏପରି ଘଟଣା ଘଟିଛି । ନିଆଁ ଏତେ ମାତ୍ରାରେ ବ୍ୟାପିବାରେ ଲାଗିଥିଲା ଯେ, ଜେଲରେ ଥିବା କଏଦୀମାନେ ସେମାନଙ୍କ ସେଲରୁ ବାହାରି ପାରିନଥିଲେ। ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲେ ନିଆଁ ଆୟତ୍ତ ହେବା ବେଳକୁ ୫୧ କଏଦୀ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ ।

ଅନ୍ୟ ୨୪ ଗୁରୁତରଙ୍କୁ ଉଦ୍ଧାର କରିଥିଲେ ରେସ୍କ୍ୟୁ ଓ ଅଗ୍ନିଶମ ଟିମ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସ୍ଥାନୀୟ ସମୟ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି । ଜେଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ସୁଦ୍ଧା ନିଆଁ ଭୀଷଣ ଭାବେ ଗୋଟିଏ ପରେ ଗୋଟିଏ ସେଲକୁ ବ୍ୟାପିବାରେ ଲାଗିଥିଲା । ଅନ୍ୟ ଏକ ସୂଚନା ଅନୁସାରେ ଉକ୍ତ ଜେଲରେ କ୍ଷମତା ଠାରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା । ପୂର୍ଣ୍ଣ କ୍ଷମତା ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ କଏଦୀ ଥିବା କାରଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ସମ୍ଭବପର ହେଲାନାହିଁ ବୋଲି ମଧ୍ୟ କୁହାଯାଉଛି । ଘଚଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲୋମ୍ବିଆ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking