20.1 C
Bhubaneswar
Tuesday, November 26, 2024
Homeଓଡିଶାଜଙ୍ଗଲ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ 

ଜଙ୍ଗଲ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ 

ବୈପାରୀଗୁଡ଼ା : କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧିନରେ ଥିବା କୋଟପାଡ ରେଞ୍ଜ ରେ ଅନ୍ତର୍ଗତ ଚାନ୍ଦିଲି ସେକ୍ସନ ର ମାଲଚମା ରିଜର୍ଭ ଫରେଷ୍ଟରୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ ଶାଳ,ପିଆଶାଳ, ଶାଗୁଆନ ଆଦି ବହୁ ମୂଲ୍ୟବାନ ଗଛର କାଠ କୋଟି କୋଟି ଟଙ୍କାର କଟାଯାଇଥିବା ଅଭିଯୋଗ ହୋଇଛି କିନ୍ତୁ ବନବିଭାଗ ର ଉଚ୍ଚସ୍ତରୀୟ ଅଧିକାରୀ ମାନେ ମୋଟା ଅଙ୍କର ଅର୍ଥ ନେଇ ଉକ୍ତ ଘଟଣାଟି ଚପେଇ ଦେବାପାଇଁ ଉଦ୍ୟମ କରୁଥିବା ର ଜଣାପଡ଼ିଛି ।ଜୟପୁର ଏସିଏଫ ଶ୍ରୀ ସୁବାଷ ଖୁଣ୍ଟିଆ,ଏସିଏଫ ପ୍ରଭୂଦତ୍ତ ମିଶ୍ର ତଦନ୍ତ କରି ବିଭାଗକୁ ରିପୋର୍ଟ ଦେବାଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ନିରଵ ରହିଛନ୍ତି ବୋଲି ଅଭିଯୋଗ ହୋଇଛି ।ଏହି ଘଟଣାଟି ସମ୍ପୂର୍ଣ୍ଣ ଭିତ୍ତିହୀନ ଵୋଲି ଜୟପୁର୍ ଦିଏଫଓ ଶ୍ରୀ ଏନ.ଏସ.ଜେ.ପି ସିଂ ପ୍ରକାଶ କରିଥିବାର ଜଣାପଡିଛି ।ଆର.ସି.ସି.ଏଫ କୋରାପୁଟ୍ ଶ୍ରୀ ସୁଦିପ୍ତ ଦାସ ମଧ୍ୟ ଏହି ଵିଷୟ ନେଇ ନିରଵ ର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ଵିଷୟରେ ପ୍ରଧାନ ମୂଖ୍ୟ ବନ ସଗ୍ରକ୍ଷକ ଓଡ଼ିଶା ଲୋକସେବା ଆୟୋଗ ମାନ୍ୟବର ଜଙ୍ଗଲ ସଚିବ ଏବଂ ଜଙ୍ଗଲ ମନ୍ତ୍ରୀଙ୍କୁ ଅଵଗତ କରାଯାଇଥିଲା ।ମାଲଚମା ଜଙ୍ଗଲ ଟିଏ ଛତିଶଗଡ଼ର କାଙ୍ଗେର ଭେଲି ନେସନାଲ ପାର୍କ ନିକଟସ୍ତ ଅଟେ ।ସେଠାରୁ ହଜାରରୁ ଉର୍ଦ୍ଧ ଜଙ୍ଗଲ କାଟିବା ବିଭାଗୀୟ ସ୍ତରରେ ଆଜି କୁ ବହୁଦିନ ବିତି ଯାଇଥିଲେ ମଧ୍ୟ କାହିଁ କି ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେଥିପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ସେଥିଲାଗି ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି ଯେ ବିଭାଗ ର ଯେ କୌଣସି ଅଫିସର ଙ୍କୁ ପଚିରିବାରୁ ଏ ବିଷୟରେ ନିରବ ରହୁଛନ୍ତି ।ରାଜ୍ୟ ସରକାର ଙ୍କୁ ଏହି ଗଛ ଗୁଡ଼ିକ ର ମୂଲ୍ୟ କିଏ ଓ କେତେ ଭରଣ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅନ୍ୟ ଏକ ଘଟଣା କ୍ରମରେ ଜୟପୁର ବନଖଣ୍ଡ ର କୋଟପାଡ ରେଞ୍ଜ ର ଚିତ୍ରା ରିଜର୍ଭ ଫରେଷ୍ଟରରେ ମଧ୍ୟ ବହୁ ପରିମାଣ ରେ ଗଛ କଟା ଯାଇଛି ଓ ତାହାର ଆନୁମାନିକ ମୂଲ୍ୟ ମଧ୍ୟ ୧କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ତାହାକୁ ମଧ୍ୟ ଚପେଇ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଦୀର୍ଘ ଦିନ ଧରି ହେଲା ଗ୍ରାମବାସୀ ମାନେ ବିଭିନ୍ନ ବିଭାଗ ର ଦ୍ବାରସ୍ତ ହେଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।ଗଛ ଚୋରି ହେଉଥିବା ର ଅଭିଯୋଗ ଆସିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।ତେବେ ଅତି ମାତ୍ରାରେ ଗଛ କଟାଯାଇ ଥିବା ବେଳେ ବର୍ତ୍ତମାନ ସେଥିପାଇଁ ଦାୟୀ ଦିଏଫଓ ଶ୍ରୀ ଏନ.ଏସ.ଜେ.ପି ସିଂ ରହିବେ ଵା ଆଉ କିଏ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ବିଶେଷ ସୂତ୍ରରୁ ଜଣାପଡିଛି ୧ବର୍ଷ ମଧ୍ୟରେ ଜୟପୁର ବନଖଣ୍ଡ ଦାୟିତ୍ୱ ରେ ଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଏନ.ଏସ.ଜେ.ପି ସିଂ ଜେଉସଵୁ ସରକାରୀ ଦୁର୍ନୀତୀ କରିଛନ୍ତ ତାହା ଯେ କୈାଣସି ମୂହୁର୍ତ୍ତ ରେ ପ୍ରମାଣ କରାଯାଇ ପାରିବ ବୋଲି କିଛି ଗ୍ରାମବାସୀ କହିଛନ୍ତି ।ଏହି ସବୁ ଘଟଣା ପଛରେ କେଉଁ ଅଧିକାରୀ ମାନଙ୍କ ବଡ଼ବଡ଼ ହାତ ଅଛି ଆଗାମୀ ଦିନରେ ଜଣାପଡିବ ।କେଉଁ କାରଣ ଯୋଗୁ ଆଜି ପର୍ଯ୍ୟନ୍ତ ଜୟପୁର ବନଖଣ୍ଡ ର ଏସିଏଫ୍ ମାନେ ଓ କୋରାପୁଟ ଆର.ସି.ସି.ଏଫ ଶ୍ରୀ ସୁଦୀପ୍ତ ଦାସ୍ ନିରଵ ଅଛନ୍ତି ତାହା ସନ୍ଦେହଜନକ ।ଆଳୁ ଖୋଳୁ ଖୋଳୁ ମହାଦେବ ଵାହେରେ ବୋଲି ଆମର ଆସା ।ତେବେ ଏ ଘଟଣା କେତେ ଦୂର ସତ୍ୟା ସତ୍ୟ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଗ୍ରାମବାସୀ ଦୁଃଖ ର ସହ ପ୍ରକାଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking