38.8 C
Bhubaneswar
Friday, April 19, 2024
Homeଓଡିଶାପରକିଆ ପ୍ରୀତିର କରୁଣ ପରିଣାମ, ଧରାପଡ଼ିଲା ନିଖୋଜ ଯୁବକର ହତ୍ୟାକାରୀ

ପରକିଆ ପ୍ରୀତିର କରୁଣ ପରିଣାମ, ଧରାପଡ଼ିଲା ନିଖୋଜ ଯୁବକର ହତ୍ୟାକାରୀ

କଳାହାଣ୍ଡି : ୪ ତାରିଖରୁ ନିଖୋଜ ଥିବା ଯୁବକର ମୃତ ଶରୀର ୬ ତାରିଖ ସାନଖଇରମାଲ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରୁ ଠାବ କରାଯିବାପରେ, ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସାନଖଇରମାଲ ଗାଁରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ଭଙ୍ଗାଯିବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେବା ଘଟଣାର ତହିଁ ଆର ଦିନ, ସୁଦାମ ଗଉଡ଼ ଓରଫ ରାହୁଲର ମୃତ ଶରୀର ମିଳିବା ଘଟଣାରେ ଗ୍ରାମବାସୀ କିମ୍ବା କୌଣସି ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ସନ୍ଦେହ ଘନୀଭୂତ ହୋଇଥିଲା ।

ରାୟଗଡା ଜିଲ୍ଲାରୁ ଅଣାଯାଇଥିବା ସନ୍ଧାନୀ କୁକୁର ସହାୟତାରେ ଆରୋପୀକୁ ଧରିବାରେ ପୋଲିସ ବିଭାଗକୁ ବଡ଼ ସଫଳତା ମିଳିଛି । ଅଭିଯୁକ୍ତ ଶିଶୁ ଗଉଡ଼ ପୋଲିସକୁ କହିବା ଅନୁସାରେ ତାଙ୍କ ସ୍ତ୍ରୀ ସୀମା ଗଉଡ଼ ଶୌଚ ପାଇଁ ଯିବା ବେଳେ ନିଜ କାକା ପୁଅ ଭାଇ ରାହୁଲ ସବୁବେଳେ ପିଛା କରି ହଇରାଣ ହରକତ କରୁଥିଲା । ଏହାକୁ କେନ୍ଦ୍ର କରି ଅନେକ ଥର ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣା ଦିନ ମଧ୍ୟ ରାହୁଲ ସୀମାର ପିଛା କରିବା ଶିଶୁ ଗଉଡ଼ ଦେଖିଥିଲେ ଏଥିରେ ରାଗିଯାଇ ଶିଶୁ ଗଉଡ଼ ଘରୁ ଏକ ଲୁହା ରଡ଼ ନେଇ ଯାଇଥିଲେ, ଗାଁ ନିକଟସ୍ଥ ପୋଖରୀ ନିକଟରେ ପହଞ୍ଚିବା ପରେ ପୁନର୍ବାର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ତୀବ୍ରତର ହେବାପରେ ଶିଶୁ ଗଉଡ଼, ରାହୁଲର ମୁଣ୍ଡକୁ ରଡ଼ ଯୋଗେ ଶକ୍ତ ପାହାର ଦେଇଥିଲେ, ରାହୁଲ ତଳେ ପଡିଯିବା ପରେ ଶିଶୁ ଗଉଡ଼ ରାହୁଲର ଆଖି ଫୋଡ଼ି ଦେବା ସହିତ ନିର୍ଧୁମ ମାଡ଼ ମାରିଥିଲେ ।

ରାହୁଲ ମରିଯିବା ଜାଣି ଶବଟିକୁ ରାସ୍ତାରେ ଆଣି ଫିଙ୍ଗିଦେବା ଯୋଜନା କରିଥିଲେ କିନ୍ତୁ ଗାଁ ଲୋକେ ଓ ରାହୁଲର ପରିବାର ଲୋକେ ରାହୁଲକୁ ଖୋଜା ଖୋଜି କରୁଥିବା ଜାଣିପାରି, ପୋଖରୀ ନିକଟସ୍ଥ ଚାଷ ଜମିରେ ଥିବା ଏକ ଖାତରେ ଫିଙ୍ଗିଦେଇଥିଲେ । କଳାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ହତ୍ୟାକାଣ୍ଡରେ ବ୍ୟବହୃତ ରଡ଼କୁ ନିକଟସ୍ଥ କୁଅଁରୁ କାଢି ଜବତ କରିବା ସହିତ, ରାହୁଲର ମୋବାଇଲକୁ ପୋଖରୀରୁ କାଢ଼ି ଜବତ କରାଯାଇଛି । ତେବେ ଅଭିଯୁକ୍ତ ଶିଶୁ ଗଉଡ଼କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking