ମା’ ର ମୃତଦେହ ପାଖରେ ୨ ମାସର କଅଁଳ ଶିଶୁ କନ୍ୟା କାନ୍ଦି କାନ୍ଦି ନୟାନ୍ତ

ଗଞ୍ଜାମ : ଗଂଜାମ ଆସିକାରୁ ଆସିଲା ଛାତି ଥରାଇବା ପରି ଏକ ଦୃଶ୍ୟ। ଗୋଟିଏ ଘରେ ଜଣେ ମହିଳା ଓ ୨ ମାସର କଅଁଳା ଶିଶୁ କନ୍ୟା ରହୁଥିବା ବେଳେ ହଠାତ୍ ମା ର ମୃତ୍ୟୁ ହୋଇଗଲା। ଆଉ ପାଖରେ ନିଷ୍ପାପ ନିରୀହ ଶିଶୁର କ୍ରନ୍ଦନ ପ୍ରତ୍ଯେକଙ୍କ ହୃଦୟ ତରଳାଇ ଦେଇଥିଲା। ବିଧିର ବିଧାନ ସତରେ କେତେ କଷ୍ଟଦାୟକ। ଏହାଠାରୁ ଆହୁରି କଷ୍ଟକର ଥିଲା ଘରର କବାଟ ବନ୍ଦ ରହିଥିଲା।
ମା ର ମୃତଦେହ ପାଖରେ  ରାହାଧରି କାନ୍ଦୁଥିଲା ଦୁଇମାସର କଅଁଳା ଶିଶୁ କନ୍ୟା । ଶିଶୁ ର କାନ୍ଦ ସୁଣି ପଡୋଶୀ ଲୋକେ , ଘର କବାଟ ଭାଙ୍ଗି ଖୋଲିଲା ବେଳକୁ ମା ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।ସେପଟେ ଦୁଇମାସର ଶିଶୁ କନ୍ୟା କାନ୍ଦି କାନ୍ଦି ବେଦମ୍ ହୋଇସାରିଥିଲା । ଯାହାକି ଦେଖଣାହାରିଙ୍କ ମନକୁ କିଛି ସମୟ ପାଇଁ ତରଳାଇ ଦେଇଥିଲା । ଆସିକା ଥାନା ଅନ୍ତର୍ଗତ ଗୋଲାପଲ୍ଲି ଗାଁରେ ଗତକାଲି ଦେଖିବାକୁ ମିଳିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ।

ଗାଁର ଶେଷ ମୁଣ୍ଡରେ ଏକାକି ରହୁଥିବା ଝିଲି ସେଠୀ ନାମକ ଏକ ମହିଳାଙ୍କ ମୃତଦେହ ବନ୍ଦ କୋଠରି ଘରୁ  ମୃତ ଦେହ ମିଳିଥିଲା । ସେ ଗଲା କିଛି ଦିନ ହେବ ଜ୍ଵରରେ ପିଡୀତ ଥିବା କୁହାଯାଉଛି ।  ସେପଟେ ତାଙ୍କ ସ୍ବାମୀ ସୁରତରେ ରହୁଥିବା ବେଳେ , ଝିଲି  ଛୁଆ ସହ ଏକାକୀ ରହୁଥିଲେ । ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଅାରମ୍ଭ କରିଥିବା ବେଳେ ଦୁଇ ମାସର ଶିଶୁ କନ୍ୟାକୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।  ତେବେ ଏହି ଘଟଣା ଅାଜି ସାରା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here