ନୂଆଦିଲ୍ଲୀ: କରୋନା ଭାଇରସର ଲମ୍ବଡା ଭାରିଏଣ୍ଟ ଏକ ନୂଆ ବିପଦ ଭାବରେ ଉଭା ହେଉଛି । ମାଲେସିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏପର୍ଯ୍ୟନ୍ତ ବ୍ରିଟେନ ସମେତ ୩୦ ଟି ଦେଶରେ ଏହା ବ୍ୟାପିସାରିଛି । ୟୁକେରେ ଏଯାଏଁ ଏହାର ୬ଟି ମାମଲା ଚିହ୍ନଟ ହୋଇଛି ଏବଂ ଏମାନେ ସମସ୍ତେ ବିଦେଶ ଯାତ୍ରା କରିଛନ୍ତି । ଏହି ଭାରିଏଣ୍ଟ ସର୍ବପ୍ରଥମେ ପେରୁରେ ସାମ୍ନାକୁ ଆସିଥିଲା ।
ଏହି ଭାରିଏଣ୍ଟକୁ ୧୪ ଜୁନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ ରୂପରେ କହିଥିଲା । ହୁ କହିବାନୁସାରେ, ସାର୍ସ କୋଭ ୨ ସମୟ ସହିତ ପରିବର୍ତନ ହେଉଛି । ପରିବର୍ତନ ସହିତ ଭାଇରସ ଗୁଣ ବି ପରିବର୍ତନ ହୁଏ ।
ଏହି ଭାରିଏଣ୍ଟର ଚିହ୍ନଟ ପେରୁରେ ଗତବର୍ଷ ଡିସେମ୍ବରରେ ହୋଇଥିଲା । ଲାମ୍ବଡା ଦକ୍ଷିଣ ଆମେରିକା ପେରୁରେ ଡୋମିନେଟ ଭାରିଏଣ୍ଟ ଓ ସଂକ୍ରମଣର ୮୧ ପ୍ରତିଶତ ନୂଆ କେସ ଏହି ଭାରିଏଣ୍ଟ ବୋଲି ଜଣାପଡିଛି । ଏହାକୁ ଅଧିକ ସଂକ୍ରାମକ ଓ ଆଣ୍ଟିବଡିର ପ୍ରତିରୋଧୀ କୁହାଯାଉଛି ।