27.1 C
Bhubaneswar
Wednesday, June 26, 2024
Homeବ୍ରେକୀଙ୍ଗମହାରାଷ୍ଟ୍ର ଓ ପଞ୍ଜାବରେ କରୋନା ସ୍ଥିତି ଅସମ୍ଭାଳ

ମହାରାଷ୍ଟ୍ର ଓ ପଞ୍ଜାବରେ କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ଦେଶରେ ଏବେ କୋଭିଡ ୧୯ ମାମଲା ବୃଦ୍ଧି ପାଇବାକୁ ଲାଗିଲାଣି । ମହାରାଷ୍ଟ୍ର, କେରଳ ଓ ପଂଜାବ ଆଦି ରାଜ୍ୟରେ କରୋନା ସଂକ୍ରମଣ ତୀବ୍ର ବେଗରେ ମାଡି ଚାଲିଛି । ମହାରଷ୍ଟ୍ରରେ ଏ ପର୍ଯ୍ୟନ୍ତ ଏକ ଲକ୍ଷରର ଅଧିକ ଆକ୍ଟିଭ କେସ ରହିଛି । ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣା ଟିପିଂ ପଏଣ୍ଟରେ ରହିଛି । ତେବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ହୋଇଛି ଏବଂ ସୁସ୍ଥ ହାର ବଢିଛି । ସୂଚନା ଅନୁସାରେ, ଆକ୍ଟିଭ କେସ ମାମଲାରେ ଟପ ୧୦ ଜିଲ୍ଲାରେ ପୁନେ, ନାଗପୁର, ଥାନେ, ମୁମ୍ବାଇ, ଏର୍ଣ୍ଣାକୁଲମ, ଜଳଗାଁଓ, ନାସିକ ଓ ଅଉରଙ୍ଗବାଦ ରହିଛି । କେରଳ ଆକ୍ଟିଭ କେସରେ ହ୍ରାସ ପରିଲକ୍ଷିତ ହୋଇଛି । ୟୁପି ଓ ପଶ୍ଚିମବଙ୍ଗରେ ବି କରୋନା କେସ କମ୍ ରହିଛି । ସବୁଠୁ ଅଧିକ କେସ ମହାରାଷ୍ଟ୍ର ଓ ପଂଜାବରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking