ଯାଜପୁର :ଯାଜପୁର ଜିଲ୍ଲାରେ କାରୋନା ଏବେ ରାଜ ଚଳାଇଛି । ବନ୍ୟା ଯୋଗୁଁ କାରୋନା ରୋଗ କାୟା ବିସ୍ତାର ହୋଇଛି ଥମିବାର ନାଁ ଧାରୁ ନଥିଲେ ମଧ୍ୟ ଆକ୍ରାନ୍ତ ରୋଗୀ ଭଲ ହେବାର ହାର ବୃଦ୍ଦି ପାଉଛି । ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାର ଅଧିକାଂଶ ଲୋକ ଥଣ୍ଡା ରେ ଆକ୍ରାନ୍ତ ହେଉଛନ୍ତି । ଅଧିକାଂଶ ଲୋକ ଡାକ୍ତର ଖାନାକୁ ନଯାଇ ଥଣ୍ଡା ରୋଗ ପାଇଁ ବିଭିନ୍ନ ମେଡ଼ିସିନ ସେବନ କରୁଛନ୍ତି । ସାମାଜିକ ଦୂରତା ଲୋକେ ଭୁଲିଗଲେଣି । ବନ୍ୟା ଦିନ ଠାରୁ COVID କଟକଣା ଢିଲା ହୋଇଯାଇଛି । ପୂର୍ବତନ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ,ବିଡିଓ , ତହସିଲଦାର ଡାକ୍ତର ,ନର୍ସ , ସ୍ୱାସ୍ଥ୍ୟ କର୍ମୀ ଓ ପୁଲିସ ମାନଙ୍କର ପଜିଟିଭ ବାହାରିଥିବାରୁ ବିଧାୟକ ମାନଙ୍କ ଠାରୁ ପଜିଟିଭ ବାହାରିଥିବାରୁ ସେମାନେ ଚିକିସିତ ହେଉଛନ୍ତି । ଗତ ୧୩ ତାରିଖ ସୁଧା ଜିଲ୍ଲାରେ ୨୦ ଜଣ COVIDରେ ଆକ୍ରନ୍ତ ହୋଇ ମୃତୁ ଘଟିଛି । ବିଭନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କରCOVID ବୋର୍ଡ ଅପଡେଟ ଅନୁଯାୟୀ ୭ ଜଣଙ୍କର ମୃତୁ ଘଟିଛି । COVID ହସପିଟାଲରେ ୭ ଦିନ ରଖାଯାଇ ଭିଟାମିନ କପସୁଲ କଫଶିରଫ ଦିଆଯାଇ ଭଲ ନହୋଇ ରୋଗୀକୁ ଘରେ ଛାଡି ଦିଇଆଯାଉଛି । ଏପରି ଏକ ଘଟଣ। ଯାଜପୁର ରୋଡ ସହରର ଖଣ୍ଡାୟତ। ଗ୍ରାମରେ ଦେଖିବାକୁ ମିଳିଛି । ଖଣ୍ଡାୟତ। ଗ୍ରାମରେ ଜଣେ ପଜିଟିଭ ଯୁବକକୁ ଚିକିସ୍ତା କରିବା ପାଇଁ COVID ହସପିଟାଲରେ ଭର୍ତ୍ତୀ କରଯାଇଥିଲା । ଉକ୍ତ ଯୁବକକୁ ସୁସ୍ତ ହୋଇଛନ୍ତି ବୋଲି କହି ତାଙ୍କ ଘରେ ଛାଡି ଦିଇଆଗଲା । କିନ୍ତୁ ୧୨ ଘଣ୍ଟା ପରେ ଉକ୍ତ ଯୁବକର ମୃତ୍ୟୁ ଘଟିଛି ।୭ ଦିନ ପରେ ଭଲ ନ ହୋଇ ଛାଡିଦେବା ଏହା ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କାରୋନା ପାଇଁ ଚିକିସ୍ତା ବାରମ୍ବାର କହୁଥିଲା ବେଳେ ବାସ୍ତବ ଦୃଷ୍ଟିରୁ ଭିନ୍ନ ଅଟେ । ଅଧିକାଂଶ ରୋଗୀ COVID ହସପିଟାଲରୁ ଆସି ସେମାନକର ରୋଗ ଭଲ ହେଉନାହିଁ । Home quarantine ରହି ମେଡିସିନ ଖାଇଲେ ଆସ୍ତେ ଆସ୍ତେ ଭଲ ହୋଇଯିବ ବୋଲି କହୁଛନ୍ତି । ଯାଜପୁର ଜିଲ୍ଲାର କାରୋନା ଗୋଗୀ ସଂଖ୍ୟା ୫୭୩୪ ଭଲ ହୋଇଛନ୍ତି । ଅବଶିଷ୍ଟ ୧୨୦୦ ଚିକିସିତ ହେଉଛନ୍ତି ରିପୋର୍ଟ ସେପ୍ଟେମ୍ବର ୧୩ ତାରିଖ ସୁଧା । ବନ୍ୟ।ରେ ସାମାଜିକ ଦୂରତା ଭୁଲି ଯାଇ ଜୀବନ
ବଞ୍ଚାଇବାକୁ ଯାଇ ପ୍ରଶାସନ ମଧ୍ୟନିୟମକୁ ଭୁଲି ଯାଇଥିଲା । ଏହି ରୋଗ ଜିଲ୍ଲାରେ ସଂକ୍ରମିତ ହୋଇଛି । ହାଟ ବଜାରରେ ସାମାଜିକତା ଦୂରତା ରହୁନାହି । ସରକାରୀ ନିୟମ କେବେଳ ଘୋଷଣାରେ ରହିଯାଉଛି ।ନୂତନ ଜିଲ୍ଲାପାଳ ଜିଲ୍ଲାକୁ କାରୋନା ମୁକ୍ତ କରିବେ ତାଙ୍କ ପାଇଁ ଏହା ଏକ ଚାଲେଞ୍ଜ। ସଡଡ଼ାଉନ/ଲକଡ଼ାଉନ ଫଳରେ ଅର୍ଥନୈତିକ ଭୁଶୁଳୀ ପଡିଛି । ଶ୍ରମଜୀବୀଙ୍କ ଉପରେ ପ୍ରଭାବ ପଡିଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅଧିକାଂଶ କାରଖାନା ବନ୍ଧ ଓ ଶ୍ରମିକ ମାନେ ପରିବାର ପୋଷିବା ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି ।ବନ୍ୟା ଅଞ୍ଚଳରେ ଚାଷୀଙ୍କୁ ରୂଣ ଓ ବିହନ ଯୋଗାଇ ଦିଆଯାଉଛି । ରୁଣ ଖାତାରେ ଅର୍ଥ ପଇଠ କରାଯାଉଛି ।ସରାକଂରଙ୍କ ଯୋଜନା ଗୁଡିକ କାଗଜ କଲମରେ ସୀମିତ ରହି ଯାଉଛି । ସରକାର ବିଧାୟକ ଏବଂ ରାଜନେତାଙ୍କ ନିକଟରୁ ବିଶ୍ଵାସ ତୁଟାଇ ମା ବିରଜାଙ୍କୁ ଡାକୁଛନ୍ତି। ବୋଟ ବେଳେ ରାଜ ନେତାଙ୍କୁ ଠିକଣା ଜବାବ ବୋଲି ସ୍ପଷ୍ଟ
ହାଟ ବଜାରରେ ଆଲୋଚନା କରୁଛନ୍ତି ।