28.1 C
Bhubaneswar
Wednesday, May 22, 2024
Homeଓଡିଶାରାଜ୍ୟରେ ପୁଣି ୧୦ହଜାର ମୁହାଁ ଦୈନିକ ସଂକ୍ରମଣ

ରାଜ୍ୟରେ ପୁଣି ୧୦ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ପୁଣି ୧୦ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୯୮୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ଟି ଜିଲ୍ଲାରେ ୪୦୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯାଇଛି । ଦିନକରେ ସୁନ୍ଦରଗଡ଼ରେ ୧ ହଜାର ୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ୪ଶହ ଉପରେ ରହିଛି । ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୁଳରୁ ୪୪୩, ପୁରୀରୁ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ମାମଲା ଆସିଛି। ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ରୁ ୨୨୩ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୮୧ହଜାର ୪୨୫କୁ ବୃଦ୍ଧି ପାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking