28.3 C
Bhubaneswar
Sunday, May 12, 2024
Homeଓଡିଶାରାଜ୍ୟରେ ଆଜି ୮ହଜାର ୧୫ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୮ହଜାର ୧୫ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଭୟ ବଢ଼ାଉଛି ସଂକ୍ରମଣ । ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହା ସହ ସୁନ୍ଦରଗଡରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡାରୁ ୨୬୪, ଷ୍ଟେଟ ପୁଲରୁ ୨୩୬, ସୁବର୍ଣ୍ଣପୁରରୁ ୨୦୭, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୮, ଯାଜପୁରରୁ ୧୯୪, ନୟାଗଡରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡରୁ ୧୦୧, ବାଲେଶ୍ୱରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫, କେନ୍ଦ୍ରପଡାରୁ ୭୦, କନ୍ଧମାଳରୁ ୬୧, ମାଲକାନଗିରିରୁ ୩୬ରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking