34.1 C
Bhubaneswar
Wednesday, May 1, 2024
Homeକରୋନାଦେଶରେ କରୋନା ବିସ୍ଫୋରଣ: ୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ କରୋନା ବିସ୍ଫୋରଣ: ୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରଣ। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୧୫୮ ପଜିଟିଭ୍‌ । ୭ ମାସରେ ସର୍ବାଧିକ ରହିଛି ଦୈନିକ କେସ୍‌। ଗତକାଲି ଏହି ସଂଖ୍ୟା ଥିଲା ୭ହଜାର ୮୩୦ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍‌ ଆକ୍ଟିଭ୍‌ କେସ୍‌ । ଦେଶରେ କରୋନା ସକ୍ରିୟ ମାମଲା ୪୪ ହଜାର ଟପିଛି । ମୋଟ୍‌ ଆକ୍ଟିଭ କେସ୍‌ ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି । ସେପଟେ ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି ।

ଗତ ୨୪ ଘଣ୍ଟା଼ରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୧୧୫ ନୂଆ କେସ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଧା ମହାରାଷ୍ଟ୍ରରେ ୫, ୪୨୧ଟି ସକ୍ରିୟ ମାମଲା ରହିଛି । ଏଥି ମଧ୍ୟରୁ କେବଳ ମୁମ୍ବାଇରୁ ୧,୫୭୭ ଜଣ ଆକ୍ରାନ୍ତ ରହିଛନ୍ତି । ନୂଆ କୋଭିଡ୍ ମାମଲାକୁ ମିଶାଇ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୮୧, ୫୨, ୨୯୧ କୋଭିଡ୍ କେସ୍ ରେକର୍ଡ ହୋଇଛି । ସେହିପରି ୧, ୪୮,୪୭୦ଜଣ ପ୍ରାଣ ହରାଇଛନ୍ତି । କେବଳ ମୁମ୍ବାଇରେ ୧୯, ୭୫୨ଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାକବ, ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ପାଇଁ ପୂରା ଦେଶରେ କରୋନାର ମାମଲା ବଢ଼ିବାରେ ଲାଗିଛି । ଭୟଭୀୟ ନହୋଇ ସତର୍କ ରହିବାକୁ କୁହାଯାଇଛି । ହସ୍ପିଟାଲରେ ଚିକିତ୍ସିତଙ୍କ ସଂଖ୍ୟା ସର୍ବନିମ୍ନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking