ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ହେଉଛି କୋରୋନା, ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି ।ଏହାକୁ ନେଇ ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ଡାକ୍ତରଖାନ ପ୍ରସ୍ତୁତ ରହିଛି । ଯେଉଁ ଡାକ୍ତରଖାନାରେ ନୂଆ ସିଡିଏମଓ ଓ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି ସେମାନେ କିପରି ଏହାର ପ୍ରସ୍ତୁତ କରିବେ ସେଥିପାଇଁ ଏସଓପି ଜାରି ହୋଇଛି । ଆଗକୁ ଏହାବେସି ବ୍ୟାପିବ କି ନାହିଁ ବର୍ତ୍ତମାନ ତାହା କହିହେଉନାହିଁ, ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ରହିଛି ବୋଲି ସେ କହିଛନ୍ତି ।