31.1 C
Bhubaneswar
Sunday, May 19, 2024
Homeକରୋନାରାଜଧାନୀରେ ବେକାବୁ ହେଲାଣି କରୋନା, ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ

ରାଜଧାନୀରେ ବେକାବୁ ହେଲାଣି କରୋନା, ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଟିକା ନେଇସାରିଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ କିନ୍ତୁ ଧରୁନି । ଏବେ ତୃତୀୟ ଲହର ରୂପେ ଓମିକ୍ରନ୍ ସାରା ଦେଶରେ କାୟା ବିସ୍ତାର କରିସାରିଲାଣି । ତେବେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ଦେଖି ରାଜ୍ୟ ସରକାର କଠୋର ହୋଇଛନ୍ତି । ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗୁ କରାଯାଉଛି । ଆଜି ଜାରି ହୋଇଥିବା ଗାଇଡ୍ ଲାଇନ୍ ମୁତାବକ, ଏବେ ଦିଲ୍ଲୀରେ ଜରୁରୀ କାଳୀନ ସେବା ସହ ଜଡ଼ିତ ଅଫିସ୍‌କୁ ବାଦ୍ ଦେଇ ବାକି ସବୁ ପ୍ରାଇଭେଟ୍ ଅଫିସ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ୍ ଅଫିସର କର୍ମଚାରୀଙ୍କୁ ଘରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ହୁ ହୁ ହୋଇ କରୋନା ସଂକ୍ରମଣ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶକ୍ତ ହୋଇଛନ୍ତି । ସୋମବାର କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ରେସ୍ତୋରାଁ ଓ ବାର୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକମାନେ କେବଳ ହୋଟେଲରୁ ଖାଦ୍ୟ ନେଇପାରିବେ ବୋଲି କୁହାଯାଇଥିଲା । ତେବେ ଆଜି ପୁଣିଥରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ସମସ୍ତ ବେସରକାରୀ ଅଫିସ୍‌କୁ ତୁରନ୍ତ ବନ୍ଦ କରାଯାଉ । ଜରୁରୀକାଳୀନ ସେବା ସହ ଜଡ଼ିତ ଅଫିସ୍‌କୁ ବାଦ୍ ଦେଇ ବାକି ଅବୁ ଅଫିସ୍ ଉପରେ ଏହି ନିୟମ ଲାଗୁ ହେବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking