19.1 C
Bhubaneswar
Monday, November 18, 2024
Homeଓଡିଶାଅଲାରନାଥ ଙ୍କ ପୀଠରେ ଅଣସର ଦର୍ଶନ ପାଇଁ ବାଧକ ସାଜିଛି ମହାମାରୀ କରୋନା

ଅଲାରନାଥ ଙ୍କ ପୀଠରେ ଅଣସର ଦର୍ଶନ ପାଇଁ ବାଧକ ସାଜିଛି ମହାମାରୀ କରୋନା

ପୁରୀ : ଅଲାରନାଥ ଙ୍କ ପୀଠରେ ଅଣସର ଦର୍ଶନ ପାଇଁ ବାଧକ ସାଜିଛି ମହାମାରୀ କରୋନା !ଏହି ସମୟରେ ଉକ୍ତ ପୀଠ ରେ ହଜାର ହଜାର ସମାଗମ ହୋଇଥାଏ !ସରକାର ଙ୍କ ଲକ ଡାଉନ ଓ ସଟ ଡାଉନ ନିୟମ କୁ ନେଇ ମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିଛି ! ଜିଲ୍ଲା ପ୍ରଶାସନ ଅଣସର ସମୟ ଅର୍ଥାତ ଶୁକ୍ରବାର ମଧ୍ୟ ରାତ୍ରି ରୁ ଆସନ୍ତା 20 ତାରିଖ ମଧ୍ୟ ରାତ୍ର ପ୍ରଯନ୍ତ ମନ୍ଦିର ଓ ଏହାର ଚତୃପାର୍ଶ୍ୱ ରେ 144 ଧାରା ଜାରି କରି ନିୟମ କୁ ବଳ ବର୍ତ୍ତର ରଖିଛି !ଫଳରେ ମନ୍ଦିର ଚତୁପାର୍ଶ୍ୱ ରାସ୍ତା ସିଲ କରିବା ସହ ପୋଲିସ ଫୋର୍ସ ମୂର୍ତୟନ ଅଛନ୍ତି  ! ଅନ୍ୟପଟେ ର୍ଶ୍ରୀ କ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥ 108 ଗରାବଡୁ ଜଳ ରେ ମହାସ୍ନାନ କରି ଅଣସର ପିଣ୍ଡି ରେ ଗୁପ୍ତ ସେବା ପାଉଛନ୍ତି ! ଏ ପଟେ  ମହାପ୍ରଭୁ ଙ୍କ ଅନ୍ୟ ଏକ ଲୀଳା କ୍ଷେତ୍ର ବ୍ରହ୍ମଗିରି ର ଅଲାରନାଥ ଙ୍କ ପୀଠ ଆଜି ଶୂନଶାନ ହୋଇପଡିଛି ! କାଳିଆ ଠାକୁର ଙ୍କ ଅଣସର ସମୟ ରେ ଭକ୍ତ ମାନେ ଶ୍ରୀ କ୍ଷେତ୍ର ଦର୍ଶନ ନ ପାଇ ଛୁଟି ଆସିଥାନ୍ତି ବ୍ରହ୍ମଗିରି ର ଅଲାରନାଥ ଙ୍କ ପୀଠ କୁ ! ଏହି ସମୟରେ ଅଲାରନାଥ ପୀଠ ଚଳ ଚଞ୍ଚଳ ହୋଇଥାଏ, ! ଦିନ ରାତି ହଜାର ହଜାର ଭକ୍ତ ଙ୍କ ସମାଗମ ରେ ଦ୍ୱିତୀୟ ଶ୍ରୀ କ୍ଷେତ୍ର ର ମାନ୍ୟତା ପାଇଥାଏ ଅଲାରନାଥ ଙ୍କ ପୀଠ !  କିନ୍ତୁ ବର୍ତ୍ତମାନ  ମହାମାରୀ କରୋନା ପ୍ରଭାବ ରେ ଏହି ପୀଠ ଏବେ ଭକ୍ତ ଶୂନ୍ୟ ହୋଇପଡିଛି ! ଜିଲ୍ଲା ପ୍ରଶାସନ ର 144 ଧାରା ଯୋଗୁ ସାଧାରଣ ଦର୍ଶନ ବନ୍ଦ ହୋଇଛି ! କେବଳ ପାଳିୟା ସେବାୟତ ଙ୍କୁ ନେଇ ଅଣସର ନୀତି କାନ୍ତି ଆରମ୍ଭ ହୋଇଛି ! ଗତ କାଲି ଭୋର  4 ଟାରେ ଦ୍ୱାର ଫିଟା ହୋଇ ଦୈନିକ ନୀତି କାନ୍ତି ସହିତ  ସକାଳ ଧୂପ, ଦିପ୍ରହର ଧୂପ ରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଅପରାହ୍ନ ସାଢେ 2 ଟା ରେ ପହଡ଼ ପଡିଥିଲା ! ପୁନଃ 2 ଟା 45 ମିନିଟ ରେ ଚିଆଁ ପହଡ଼ ନୀତି ହୋଇ, ସନ୍ଧ୍ୟା 7 ଟା 10 ମିନିଟ ରେ ସନ୍ଧ୍ୟା ଆଳତି, ରାତି 8 ଟା ରେ ମଇଲମ ଓ ଅନ୍ୟାନ୍ୟ ନୀତି, ରାତି 10 ଟା 50 ମିନିଟ ରେ ବଡ଼ ସିଂହାର ବେଶ ହେବା ପରେ 12 ଟା ରେ ପହଡ଼ ହୋଇଥିଲେ ମଧ୍ୟ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିନଥିଲା !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking