ଭୁବନେଶ୍ୱର: ଚିନ୍ତା ବଢାଇଲାଣି ଶିଶୁ ଓ କିଶୋରଙ୍କୁ କରୋନା ସଂକ୍ରମଣ । ରାଜ୍ୟରେ ଦିନକରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୭୧ ପଜିଟିଭ ଙ୍କ ମଧ୍ୟରୁ ୬୬ ଶିଶୁ ଓ କିଶୋର ଅଛନ୍ତି ।ଗତକାଲି ରାୟଗଡାର ୨ ଟି ସ୍ଥାନରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କୋଟଲାଗୁଡା ସ୍ଥିତ ଏକ ହ ଷ୍ଟେଲର ୪୪ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ହାଟମୁଡିଗୁଡା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଛାତ୍ର ଙ୍କ ଠାରେ କରୋନା ଲକ୍ଷଣ ଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ରହିଛନ୍ତି । କରୋନା ର ପ୍ରକୋପ କମି ନ ଥିବା ବେଳେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ କଡାକଡି କରିବା ଉଚିତ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରାଇ ନେବା ଉଚିତ । ଲକ୍ଷଣ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ରେ ରହିବାକୁ ନିର୍ଦ୍ଦେଶ ରହିଛି ।