ନୂଆଦିଲ୍ଲୀ : ଦେଶରେ ବଢୁଛି ସଂକ୍ରମଣ । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ମହାମାରୀ କୋରନାର କାୟା କେତେ ଯେ କ୍ରୁର ତାହା ଉତ୍ତରପ୍ରଦେଶର ଗୋରଖପୁର ସହର ବଶାରତପୁର ଠାରେ ଶୁକ୍ଲା ପରିବାରକୁ ଦେଖିଲେ ଯେ କେହି ବି ବୁଝି ପାରିବ । ୪ ଦିନ ମଧ୍ୟରେ ବିନେଦ ଶୁକ୍ଲାଙ୍କ ପରିବାରର ସୁଖ ଉଜୁଡି ଗଲା । ଅଚାନକ ସେ ଓ ତାଙ୍କ ପତ୍ନୀ କୋରନା ସଂକ୍ରମିତ ହୋଇଗଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସ୍ୱାସ୍ଥ୍ୟବସ୍ଥାର ମଧ୍ୟ ସୁଧୁରିବାକୁ ଲାଗିଥିଲା କିନ୍ତୁ ରବିବାର ସକାଳେ ପତ୍ନୀ ଅନୀତା ଶୁକ୍ଲାଙ୍କର ମୃତ୍ୟୁ ହୋଇଗଲା ଓ ସ୍ୱାମୀ ବିନୋଦ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ମାସ ୨୭ରେ ବିନୋଦ ତାଙ୍କ ବିବାହର ୨୭ ବର୍ଷ ପୁର୍ତ୍ତି ଅବସରରେ ଏହାକୁ ଧୁମଧାମରେ ପାଳନ କରିବାକୁୁ ଯୋଜନା ବନାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଏପରି ଯେ, ଶେଷ ସମୟରେ ନିଜ ପତ୍ନୀଙ୍କ ଦେଖି ପାରିଲେ ନାହିଁ । ଅନିତାଙ୍କ ୨ ଜଣ ପୁଅ ମଧ୍ୟ ଶେଷ ସମୟରେ ମା’କୁ ଧରି ଟିକିଏ କାନ୍ଦି ପାରିଲେ ନାହିଁ । କୋଭିଡ ପ୍ରୋଟୋକଲ ସହ ଅନିତାଙ୍କ ଶବ ଦାହ କରାଯାଇଥିଲା ।
ସେହିପରି ଆଉଏକ କରୁଣ କାହାଣୀ ସମନାକୁ ଆସିଛି ଓଡିଶାର ବରଗଡ ଜିଲ୍ଲାରେ । ଗତ ୫ ଦିନ ମଧ୍ୟରେ ବାପା -ପଚୁଅଙ୍କ ମୃତ୍ୟୁ ହେବା ସହ, ମା’ ଓ ଝିଅ କୋରନାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାପା,ପୁଅଙ୍କ ମୃତ୍ୟୁ ପରେ ମଧ୍ୟ ଶବ ପଡି ରହିଛି । କୋରନାରେ ୩୬ ବର୍ଷିୟ ଯୁଗଳ ସାହୁଙ୍କ ଜୀବନ ଚାଲିଗଲା । ଏହି ଦୁଃଖଦ ଘଟଣାରେ ଭାଙ୍ଗିପଡି ନିଜକୁ ସମ୍ଭାଳିବା ବେଳକୁ ଗତ ବୁଧବାର ରାତିରେ ଯୁଗଳଙ୍କ ପିତା ସତ୍ୟ।।ନନ୍ଦଙ୍କ ଜୀବନ ମଧ୍ୟ ଚାଲିଗଲା । ଘରର ଦୁଇ ଦୁଇ ଦୁଇ ଜଣ ପୁରୁଷଙ୍କୁ ହରାଇ ଏବେ ମା’ ଓ ଝିଅ ମଧ୍ୟ କୋରନାରେ ଆକ୍ରାନ୍ତ ହୋଇ ସଂଘର୍ଷ କରୁଛନ୍ତି । ଶବ ଘରେ ପଡି ରହିଥିଲେ ମଧ୍ୟ କେହି ଉଠାଇବାକୁ ଆସିନଥିଲେ । ସେହି ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତା ଯୋଗୁଁ ବାପା ପୁଅଙ୍କ ଶବ ଦାହ କରାଯାଇଥିଲା ।
କୋରନା ମହାମାରୀ ସମୟରେ ମଣିଷ ମାନବିକତା ହରାଇଦେଉଛି । ଶଯ୍ୟା ଅଭାବରୁ ବାପା ମା’ଙ୍କୁ ନେଇ ଏ ଦୁଆରରୁ ସେ ଦୁଆର ହେଉଛି ପୁଅ ।
ଏଭିଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଘନଶ୍ୟାମ ସାହୁଙ୍କ ବାପା ଓ ମା’ଙ୍କୁ ଜ୍ୱର ହେବା ପରେ ସେମାନଙ୍କୁ ନେଇ ବଲାଙ୍ଗୀର ମେଡିକାଲ ଆସିଥିଲେ ଘନଶ୍ୟାମ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଘନଶ୍ୟାମଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା ଓ ମା’ ଚିକିତ୍ସିତ ହେଉଛନ୍ତି , ବିଳମ୍ବିତ ୱାର୍ଡରୁ ଶବ ବାହାରିବା ପରେ ଘନଶ୍ୟାମ ଗାଁରେ ଏକଥା ଜଣାଇଥିଲେ । ମାତ୍ର ଗ୍ରାମବାସୀ କୋରନା ଶବକୁ ଗାଁରେ ପୁରାଇ ଦେବେନି ବୋଲି କହିଥିଲେ । ବାପାଙ୍କ ଶବକୁ କେଉଁଠାରେ ସତ୍କାର କରିବେ ଭାବି ଘନଶ୍ୟାମ କାନ୍ଦିବାକୁ ଲାଗିଥିଲେ । ଏହି ଖବର ଣୁଣି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନେ ପହଞ୍ଚି ଶବକୁ ସତ୍କାର କରିବାରେ ସାହାଯ୍ୟ କରିଥିଲେ ।
ପୁନେରେ ମଧ୍ୟ କୋରନା ତାର କାୟା ବିସ୍ତାର କରିବାରେ ଲାଗିଛି । ବଡ ବଡ ହସ୍ପିଟାଲ ଗୁଡିକଲେ ଶଯ୍ୟା କି ଅମ୍ଲଜାନ ମିଳୁନାହିଁ । ନିଜ ସମ୍ପର୍କିୟଙ୍କ ଶବ ନେବାକୁ ମେଡିକାଲ ରେ ଲାଗିଛି ଲମ୍ବା ଲାଇନ । ଏହି ମଧ୍ୟରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । କୋରନାରେ ଗୋଟିଏ ପରିବାରରୁ ୪ ଜଣଙ୍କ ଜୀବନ ଯାଇଛି । ୧ ସପ୍ତାହ ମଧ୍ୟରେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ବାପା, ମା, ୨ ପୁଅ ଙ୍କ ଜୀବନ ନେଇଛି କୋରନା ପରିବାରର ବଡ ବୋହୁ କେବଳ ଜିବୀତ ଅଛନ୍ତି ଓ ସେ ମଧ୍ୟ ଆଇସିୟୁରେ ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଡାକ୍ତରଙ୍କ କହିବ ଅନୁସାରେ ପ୍ରଥମେ ମା ସୁମନଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା । ଏହାର ୨ ଦିନ ପରେ ୨ ପୁଅ ଶ୍ୟାମ ସୁନ୍ଦର ଓ ବିଜୟଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
କୋରନା କାଳରେ ହେଉଥିବା ମୃତ୍ୟୁ ଯୋଗୁଁ ଓ ମହାମାରୀ ବ୍ୟାପିବା ଭୟରେ ମଣିଷ ଭୁଲିଯାଉଛି ମଣିଷପଣିଆ । କେଉଁଠାରେ ବାପା ପୁଅର ଶବକୁ ଛୁଉଁବାକୁ ରାଜି ହେଉନାହିଁ ତ କେଉଁଠାରେ ମା’ ମୁହଁରେ ନିଆଁ ଟିକେ ଦେବାକୁ ଅରାଜି ହେଉଛି ପୁଅ । ଏପରିକି କାନ୍ଧ ଦେବାକୁ ମଧ୍ୟ ପୁଅ ଆସୁନାହିଁ । ଏଭଳି ଏକ ଶୋଚନୀୟ ଘଟଣା ଘଟିଛି ଓଡିଶାର ସମ୍ବଲପୁର ଠାରେ, ଏଠାରେ ଜଣେ ମହିଳା କିଛି ଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ । ଏହାପରେ ତଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ କୋରନା ସଂକ୍ରମଣ ଆଶଙ୍କା କରି ବଡପୁଅ ମା’କୁ କାନ୍ଧ ଦେବାକୁ ମନା କରିଦେଇଥିଲା ଏପରିକି ନିଆଁ ଦେବା ପାଇଁ ମଧ୍ୟ ମନା କରିଦେଇଥିଲା । ଶାହି ପଡିଶା ମଧ୍ୟ ସଂକ୍ରମଣ ଆଶଙ୍କାରେ ମହିଳାଙ୍କ ପାଖକୁ ଆସିନଥିଲେ । ସାନପୁଅ ଖବର ପାଇ ଆସି ମା’ଙ୍କ ପାଖରେ ପହଞ୍ଚି ଥିଲା । ଶେଷରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଏକ ଟ୍ରଲିରେ ନେଇ ମା’ ର ଅନ୍ତିମ ସଂସ୍କାର କରିଥିଲା ।