33.1 C
Bhubaneswar
Thursday, April 25, 2024
Homeଓଡିଶାଦୁଇଦିନ ସପ୍ତାହାନ୍ତ ସଟଡାଉନ

ଦୁଇଦିନ ସପ୍ତାହାନ୍ତ ସଟଡାଉନ

 

ମୟୂରଭଞ୍ଜ – ବିଶ୍ୱ ମହାମାରୀ କରୋନାର ପ୍ରଥମ ପର୍ଯ୍ୟାୟକୁ ଲୋକମାନେ ସାମ୍ନା କରି ଭୟାବହତାକୁ ଆଖିରେ ଦେଖିଛନ୍ତି। ହେଲେ ଏବେ କରୋନାର ଦ୍ଵିତୀୟ ଲହର ସାଙ୍ଘାତିକ ଅବସ୍ଥା ସୃଷ୍ଟି କରିଛି।ଯାହାର ପ୍ରତିରୋଧ କରିବାକୁଯାଇ ସରକାର ଶନିବାର ଓ ରବିବାର ଦୁଇଦିନ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣାକୁ ସାଧାରଣ ଲୋକମାନେ ଗ୍ରହଣ କରୁଥିବା ବେଳେ କିଛି ଅମାନିଆ ବେଖାତିର କରି ପୋଲିସ ହାବୁଡ଼ରେ ପଡି ଜୋରିମାନା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଗତକାଲି ଶନିବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳ ଗୁଡିକରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ସୁରକ୍ଷାକୁ ନଜରରେ ରଖି ବାରିପଦା ସହରର ବିଭିନ୍ନ ପ୍ରବେଶ ପଥ ଏବଂ ଛକ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୋକାନ ବଜାର , ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଏଥିରୁ ବାଦ ରହିଛି । ଘରୁ ନିତାନ୍ତ ଦରକାରୀ କାର୍ଯ୍ୟରେ ଲୋକ ବାହାରକୁ ବାହାରୁ ଥିବା ବେଳେ ଅମାନିଆଙ୍କ ଠାରୁ ପୋଲିସ ଫାଇନ ମଧ୍ୟ ଆଦାୟ କରୁଥିବାର ଦେଖିବାକୁ ମିଳିଛି । ତେବେ ଆଜି ରବିବାର ଶେଷ ଦିବସର ସଟଡାଉନ ପରିପ୍ରେକ୍ଷୀରେ ଲୋକଙ୍କ ସମର୍ଥନ ରହିଥିବା ବେଳେ ଡ୍ୟୁଟିରେ ମୁତୟନ ପୋଲିସ କର୍ମଚାରୀମାନେ ବାଟୋଇଙ୍କ ସମସ୍ୟା ବୁଝି କୋଭିଡ ନିୟମ ଅନୁସାରେ ସହଯୋଗ ବାସ୍ତବରେ ପ୍ରଶଂସନୀୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking