29.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରେ ଆଜି ୬୯ ଜୀବନ ନେଲା କରୋନା

ରାଜ୍ୟରେ ଆଜି ୬୯ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ନେଉନାହିଁ । ସମସ୍ତଙ୍କୁ ଆକ୍ରାନ୍ତ କରିବା ସହ ପ୍ରତିଦିନ ୬୦ ଉପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।  ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୧୫୪ କୁ ବୃଦ୍ଧି ପାଇଛି । ତେବେ ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିପରି କଟକରୁ ୧୧, ଢେଙ୍କାନାଳରୁ ୮, ଭଦ୍ରକ ଓ ଯାଜପୁରରୁ ୬ ଜଣ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ, ପୁରୀରୁ ୪, ମୟୂରଭଞ୍ଜ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking