32.2 C
Bhubaneswar
Wednesday, May 14, 2025
Homeକରୋନା ଓଡିଶାମା’କୁ ଛଡ଼େଇ ନେଲା କରୋନା 

ମା’କୁ ଛଡ଼େଇ ନେଲା କରୋନା 

ଝାରସୁଗୁଡା : ଶିଶୁ ବିକାଶ ପ୍ରକଳ୍ପ ଓ ଜିଲ୍ଲା ପ୍ରସାଶନ ସହାୟତାରେ ବ୍ରଜରାଜନଗର ଅଞ୍ଚଳରୁ ଅସହାୟ ଯାଆଁଳା ଭାଇ ଭଉଣୀ ଦ୍ୱୟଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି । ଶିଶୁ ଦ୍ୱୟଙ୍କର ଦୁଇ ବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଗତ ୧୯ ତାରିଖରେ ମଙ୍ଗଳ ବଜାର କୋଭିଡ୍ ହସ୍ପିଟାଲରେ ଆଡ୍‌ମିଟ ହୋଇଥିଲେ ଏବଂ ୨୩ ତାରିଖରେ ସେଠାରେ ପ୍ରାଣ ହରାଇଥିଲେ । ମା’ ବାପାଙ୍କୁ ହରାଇ ଏହି ୭ ବର୍ଷୀୟ ଶିଶୁ ଦ୍ୱୟ ଅସହାୟ ଅନାଥ ହୋଇପଡ଼ିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏ ବିଷୟରେ ଜଣାଇଥିଲେ । ଶ୍ରୀ ପଣ୍ଡା ତୁରନ୍ତ ସ୍ଥାନୀୟ ସିଡିପିଓ, ୱାର୍ଡ କାଉନ୍େସଲର ଏବଂ ପୂର୍ବତନ ପୌରପାଳିକା ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତାକରି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ କ୍ଷ ଏହାପରେ ବ୍ରଜରାଜନଗର ଥାନାରେ ସୂଚନା ପ୍ରଦାନ କରି ଶିଶୁ ଦ୍ୱୟର କୋଭିଡ଼ ପରୀକ୍ଷା କରାଯାଇଥିଲା କ୍ଷ ସେମିନାଙ୍କର ନେଗେଟିଭ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟି ରେ ଉପସ୍ଥାପନ କରାଯାଇଥିଲା ଏବଂ ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଶିଶୁ ଦ୍ୱୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି । ସେମାନଙ୍କ ସମସ୍ତ ଦାୟିତ୍ୱ ପ୍ରସାଶନ ବହନ କରିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଆନନ୍ଦିନୀ ପାଢ଼ୀ କହିଛନ୍ତି । ସେହିପରି ଅସହାୟ ଶିଶୁଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୋଜନାରେ ସାମିଲ କରାଯିବ ବୋଲି ଡିସିପିଓ ସୁନନ୍ଦ ମହାରଣା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking