ରାୟଗଡା-କରୋନା ସଚେତନତା ନେଇ ଗ୍ରାମାଞ୍ଚଳରେ ବାର୍ତ୍ତା ପହଞ୍ଚାଇବା ନେଇ ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଜୟପୁର ଶାଖା ତରଫରୁ ଏକ ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି। ଆଜି ରାୟଗଡା ଗଜପତି ଛକ ଠାରେ ଏହି ସଚେତନତା ରଥକୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜୟପୁର ସୂଚନା ପ୍ରସାରଣ ବିଭାଗ ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଥ ଜିଲ୍ଲାର 11ଟି ବ୍ଲକ, 2ଟି ପୌର ପରିଷଦ ଓ ଗୋଟିଏ NAC ରେ କରୋନା ଠାରୁ ସୁରକ୍ଷିତ ରହିବା ନେଇ ସଚେତନତାର ବାର୍ତ୍ତା ପ୍ରଚାର କରିବ।