31.1 C
Bhubaneswar
Sunday, May 19, 2024
Homeକରୋନାଆପଣ ଜାଣିଛନ୍ତି କି, କେଉଁ ସଂକ୍ରମିତ ହେଲେ ଘରେ ସଂଗରୋଧରେ ରହିବେ, ତେବେ ଆସନ୍ତୁ ଜାଣିବା...

ଆପଣ ଜାଣିଛନ୍ତି କି, କେଉଁ ସଂକ୍ରମିତ ହେଲେ ଘରେ ସଂଗରୋଧରେ ରହିବେ, ତେବେ ଆସନ୍ତୁ ଜାଣିବା…

ଆପଣ ଜାଣିଛନ୍ତି କି, କେଉଁ ସଂକ୍ରମିତ ହେଲେ ଘରେ ସଂଗରୋଧରେ ରହିବେ, ତେବେ ଆସନ୍ତୁ ଜାଣିବା…
ଭୁବନେଶ୍ୱର : କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବସ୍ତାରେ କରିବାରେ ଲାଗିଛି । ତେବେ ମହାମାରୀରୁ ରକ୍ଷା ପାଇବାକୁ ହେଲେ ନିଜେ ନିଜକୁ ସଚେତନ କରିବା । ତାହା ହେଲେ ଯାଇ ଏହି ମହାମାରୀରୁ ରକ୍ଷା ପାଇପାରିବା । ହେଲେ ଆପଣ ଜାଣିଛନ୍ତି କି, କେଉଁ ସଂକ୍ରମିତ ହେଲେ ଘରେ ସଂଗରୋଧରେ ରହିବେ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ରହିଛି….

୧) କରୋନା ଚିକତ୍ସାରେ ଜଡ଼ିତ ଥିବା ମେଡିକାଲ୍ ଅଫିସର୍‌ଙ୍କ ଦ୍ୱାରା ସଂକ୍ରମିତ ଜଣଙ୍କ ସ୍ୱଳ୍ପଲକ୍ଷଣ/ ଲକ୍ଷଣବିହୀନ ବୋଲି ଚିହ୍ନିତ ହୋଇଥିବେ ।
୨) ସେମାନଙ୍କ ଘରେ ସଂଗରୋଧ ପାଇଁ ବ୍ୟବସ୍ଥା କରାଯିବ । ପରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗକୁ ଚିହ୍ନଟ କରି ସଂଗରୋଧ ପାଇଁ କୁହାଯିବ ।
୩) ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ୨୪ଘଣ୍ଟିଆ ତଥ୍ୟ ରଖାଯିବ । ତାଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ହସ୍ପିଟାଲ୍ ମଧ୍ୟରେ ଯୋଗାଯୋଗ ରହିବ ।
୪) ସେହିପରି ୬୦ବର୍ଷ ବୟସ ଅତିକ୍ରାନ୍ତ କରିଥିବା ସ୍ୱଳ୍ପ ତଥା ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି, ହାଇପର୍ ଟେନ୍‌ସନ୍‌, ଡାଇବେଟିସ୍‌, ହୃଦ୍‌ରୋଗ ସମସ୍ୟା, କ୍ଲୋରିକ ( ଲିଙ୍ଗ ,ଲିଭ୍ କିଡନୀ, ସେରୋବ୍ରୋଭାସକୁଲାର୍‌) ରୋଗ ଥିବା ବ୍ୟକକ୍ତିମାନଙ୍କର ଡାକ୍ତରଙ୍କ ଦ୍ୱାରା ଯାଞ୍ଚ ପରେ ଘରେ ସଂଗରୋଧରେ ରଖିବା ପାଇଁ ଅନୁମତି ମିଳିବ ।
୫) ଏଚ୍‌ଆଇଭି, ଟ୍ରାନ୍ସପ୍ଲାଣ୍ଟ , କ୍ୟାନ୍‌ସର୍ ହୋଇ ଥେରାପି ନେଉଥିବା ବ୍ୟକ୍ତି ମନଇଚ୍ଛା ହୋମ୍ ଆଇସୋଲେସନ୍‌ରେ ରହିପାରିବେ ନାହିଁ । ଏମାନଙ୍କୁ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରାଯିବା ପରେ ଘରେ ସଂଗରୋଧ ହେବାର ଅନୁମତି ମିଳିବ ।
୬) ଘରେ ସଂଗରୋଧରେ ରହୁଥିବା ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷମାନେ ହାଇଡ୍ରୋକ୍ଲାରୋକୁଇନ୍ ପ୍ରୋଫିଲାକ୍ସିସ ନେବେ। ଏହା କରୋନା ପ୍ରୋଟକଲ୍ ଅଧିନରେ ଆସୁଛି ।
୭) ଘରେ ସଂଗରୋଧ ସଂକ୍ରନ୍ତ ଅନ୍ୟାନ୍ୟ ନିୟମ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତଣାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking