ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରେମ ଆନନ୍ଦ । କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା । ହ୍ୟୁମାନଙ୍କ ଶାରୀରିକ ଅସୁସ୍ଥତା ମୋତେ କଷ୍ଟ ଦୋଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାକୁ ନେଇ କରିଛନ୍ତି ପ୍ରଶ୍ନ । ହ୍ୟୁମାନଙ୍କ ମାଙ୍କୁ ଗାଳିଗୁଲଜ କରିବା ଠିକ ନୁହେଁ ।ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ । ସୋସିଆଲ ମିଡିଆ ଟ୍ରୋଲକୁ ବହୁତ ଡରୁଥିଲେ ହ୍ୟୁମାନ ।










